କଟକ: ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଯାଇଛି ଦୁଇଟି ନୂଆ ଓଡ଼ିଆ ଚଳଚ୍ଚିତ୍ର । କଟକ ବୃନ୍ଦାବନ ସିନେମା ହଲ୍ରେ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶାୟରୀ ଶାୟରୀ" ରିଲିଜ ହୋଇଥିବାବେଳେ ଏହାକୁ ଟକ୍କର ଦେବାକୁ ରିଲିଜ ହୋଇଛି "ଧୋ ରେ ବାବୁ ଧୋ" । ଏହି ଦୁଇଟି ଚଳଚ୍ଚିତ୍ର ଓଡ଼ିଆ ସିନେ ପ୍ରେମୀଙ୍କୁ ବିଶେ ପସନ୍ଦ ଆସିବ ବୋଲି ଆଶା ରଖିଛି ଉଭୟ ଟିମ୍ ।
ମା' ଖମ୍ବେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଭିନ୍ନ କାହାଣୀକୁ ନେଇ ରିଲିଜ ହୋଇଥିବା "ଶାୟରୀ ଶାୟରୀ" ପାଇଁ ହଲ୍ ପରିସରରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ନବାଗତ ହିରୋ ଦୁର୍ଗା ନାୟକ ଭାବେ ଅଭିନୟ କରିଥିବାବେଳେ ପ୍ରିୟଙ୍କା ନାୟିକା ଚରିତ୍ରରେ ନଜର ଆସିଛନ୍ତି । ଉଭୟେ ନିଜ ନିଜର ଅଭିନୟକୁ ନେଇ ବେଶ ଆଶାବାଦୀ ଅଛନ୍ତି । ଯୁବବର୍ଗଙ୍କ ଉପରେ ଆଧାରିତ ଚଳଚ୍ଚିତ୍ରଟି ଗାଉଁଲି ଝିଅର ନିଚ୍ଛକ ଚରିତ୍ରକୁ ନେଇ ପରଦାକୁ ଆସିଛି । ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ନିର୍ମାଣ କରାଯାଇଥିବା ବେଳେ ଏଥିରେ ରୋମାନ୍ସ , ଆକ୍ସନ୍, କମେଡ଼ି ଆଦି ଭରପୁର ରହିଥିବା କହିଛନ୍ତି ନିର୍ଦ୍ଦେଶକ । ସେ ଆହୁରି ମଧ୍ୟ କହିଛନ୍ତି, "ଚଳଚ୍ଚିତ୍ରଟି ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁଟିଂ ହୋଇଥିବାବେଳେ ୩୦ଟି ସିନେମା ହଲରେ ରିଲିଜ ହୋଇଛି । ଚଳଚ୍ଚିତ୍ରଟି କପି ହୋଇନାହିଁ । ତେବେ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଖୁବ ଭଲ ଲାଗିବ ବୋଲି ଆଶା ରଖିଛି ପୁରା ଟିମ୍ ।"