କଟକ: ପୋଖରୀରେ ବୁଡି ଦୁଇ ନାବାଳିକା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଦେବଭୂମି ପଞ୍ଚାୟତର ଭୁସ୍କା ଗ୍ରାମରେ ।
ଗ୍ରାମ ନିକଟରେ ଥିବା ଶାଳୁଆ ପୋଖରୀକୁ ଦୁଇ ନାବାଳିକା ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ଗୋଡ ଖସି ଯାଇଥିଲା । ଦୁଇ ନାବାଳିକା ପୋଖରୀରେ ବୁଡିଯାଉଥିବାର ଦେଖି ସ୍ଥାନୀୟ ଲୋକ ଦୁଇ ନାବାଳିକାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ । ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ସେମାନଙ୍କୁ ସଙ୍ଗେ ସଙ୍ଗେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।