କଟକ:ବେଆଇନ ଲିଙ୍ଗ ନିରୂପଣ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଗଲେ କଟକ ମଙ୍ଗଳାବାଗସ୍ଥିତ ଆଲଫା ହେଲ୍ଥ କେୟାର ଦୁଇ ଜଣ କର୍ମଚାରୀ । ଏହା ସହିତ ଏହି ବେଆଇନ କାର୍ଯ୍ୟରେ ବ୍ୟବହାର ହେଇଥିବା ଅଲ୍ଟ୍ରାସାଉଣ୍ଡ ମେସିନ ସହିତ ସମ୍ପୃକ୍ତ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଥିବା ବହୁ କାଗଜପତ୍ରକୁ ମଧ୍ୟ ଜବତ କରିଛି ପୋଲିସ । ତେବେ ଏହି ଗିରଫଦାରୀ ଘଟଣା ପରେ ଲିଙ୍ଗ ନିରୂପଣ ରାକେଟକୁ ନେଇ ବହୁ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି ।
ଏହି ଲ୍ୟାବ୍ଟି ପ୍ରାୟ ପାଞ୍ଚ ବର୍ଷ ହେଲା କାର୍ଯ୍ୟ କରୁଥିଲା । ସେଠାରେ ବେଆଇନ ଭାବେ ଲିଙ୍ଗ ନିରୂପଣ ଚାଲୁଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ ମଧ୍ୟ ସୂଚନା ଥିଲା । ଏପରିକି ସ୍ବାସ୍ଥ୍ୟ ବିଭାଗ ପୂର୍ବରୁ ସେଠାରେ ଦୁଇ ଦୁଇ ଥର ରେଡ କରିବାକୁ ଯାଇଥିଲେ ମଧ୍ୟ ଖାଲି ହାତରେ ଫେରିଥିଲା । କାରଣ ଏହି ରେଡ ବିଷୟରେ ଜାଣି ପାରି ଡାଇଗ୍ନୋଷ୍ଟିକ ସେଣ୍ଟର କର୍ମଚାରୀମାନେ ସମ୍ପୃକ୍ତ କୋଠାର ପଛପଟ ବାଟ ଦେଇ ଉପସ୍ଥିତ ଥିବା ସମସ୍ତ ମହିଳାଙ୍କୁ ଫେରାର କରାଇ ଦେଉଥିଲେ । ଏକଥାକୁ ନିଜେ ସ୍ବୀକାର କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।
ଏହା ବି ପଢନ୍ତୁ: ଲିଙ୍ଗ ନିରୂପଣ ଅଭିଯୋଗ: କଟକରେ ପାଥୋଲ୍ୟାବ ସିଲ୍, ଦୁଇ ଅଭିଯୁକ୍ତ ଗିରଫ