ଓଡିଶା

odisha

ETV Bharat / state

ପ୍ଲାଜମା ଦାନ କଲେ 2 ଅଗ୍ନିଶମ କର୍ମଚାରୀ - କୋରୋନା ସଂକ୍ରମଣରେ ଗୁରୁତୁରଙ୍କୁ ଦାନ

କୋରୋନା ସଂକ୍ରମଣରେ ଗୁରୁତୁର ଥିବା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସାମିଲ ହୋଇଛନ୍ତି ଅଗ୍ନିଶମ ବାହିନୀର 2 କର୍ମଚାରୀ ।

plasma donate
ପ୍ଲାଜମା ଦାନ କଲେ 2 ଅଗ୍ନିଶମ କର୍ମଚାରୀ

By

Published : Jul 23, 2020, 3:29 PM IST

କଟକ: କୋରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା 2ଜଣ ଅଗ୍ନିଶମ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି । ଆଜି(ଗୁରୁବାର) ଏସସିବି ଆସି ପ୍ଲାଜମା ସେଣ୍ଟରରେ ସେମାନେ ପ୍ଲାଜମା ଦାନ କରିଛନ୍ତି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।କୋରୋନା ସଂକ୍ରମଣରେ ଗୁରୁତୁର ଥିବା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସାମିଲ ହୋଇଛନ୍ତି ଅଗ୍ନିଶମ ବାହିନୀର 2 କର୍ମଚାରୀ ।

ଯେତେବେଳେ ଏହି ପ୍ଲାଜମା ଦାନ ପ୍ରକ୍ରିୟା ଆଲୋଚନା ପରିସରଭୁକ୍ତ ହୋଇଥିଲା ସେହି ସମୟରେ 50 ଜଣ ବିଭାଗୀୟ କର୍ମଚାରୀ ପ୍ଲାଜମା ଦେବା ପାଇଁ ରାଜି ହୋଇଥିଲେ । ସେଥିମଧ୍ୟରୁ 10 ଜଣଙ୍କ ନାଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଏସସିବି ମେଡିକାଲ ମଧ୍ୟ ପଠାଇଥିଲା ଅଗ୍ନିଶମ ବିଭାଗ ।

ଖୁସି ବ୍ୟକ୍ତ କରିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି

ତେବେ ଏହି କ୍ରମରେ ଗୁରୁବାର 2 ଜଣ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ତେବେ ଗୋଟିଏ କଥା କୁହାଯାଇ ପାରିବ ଅଗ୍ନିଶମ ବିଭାଗ ସବୁବେଳେ ଲୋକଙ୍କ ବିପଦ ସମୟରେ ଠିଆ ହୋଇଛି ଆଉ ସର୍ବଦା ଦଣ୍ଡାୟମାନ ରହିବ ବୋଲି କହିଛନ୍ତି ବିଭାଗୀୟ ଡିଜି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details