କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା । କଟକ ଶିଥଳ ଅଞ୍ଚଳରୁ ୧୩୦ ଗ୍ରାମ ବ୍ରାଉନସୁଗାର୍ ଜବତ ହୋଇଥିବାବେଳେ ଟାଙ୍ଗୀ ଟୋଲଗେଟ ନିକଟରୁ ୧ କ୍ଵିଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରାଯାଇଛି । ଏଥିରେ ଦୁଇ ଜଣ ଗିରଫ ହୋଇଛନ୍ତି । ବ୍ରାଉନସୁଗାର୍ ବେପାରୀ ଜଣକ ଶିଥଳ ଅଞ୍ଚଳର ହୋଇଥିବାବେଳେ ଗଞ୍ଜେଇ ଚାଲାଣକାରୀ କନ୍ଧମାଳ ଅଞ୍ଚଳର ।
କଟକରୁ 130 ଗ୍ରାମ ବ୍ରାଉନସୁଗାର ଓ 1 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ - କଟକ ଶିଥଳ ଅଞ୍ଚଳରୁ ଗଞ୍ଜେଇ ଜବତ
କଟକ ଶିଥଳ ଅଞ୍ଚଳରୁ ୧୩୦ ଗ୍ରାମ ବ୍ରାଉନସୁଗାର୍ ଜବତ ହୋଇଥିବାବେଳେ ଟାଙ୍ଗୀ ଟୋଲଗେଟ ନିକଟରୁ ୧ କ୍ଵିଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରାଯାଇଛି । ଏଥିରେ ଦୁଇ ଜଣ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ
କଟକ ଅବକାରୀ ଗୁଇନ୍ଦା ବିଭାଗର ରେଡ଼, ୭ ଲକ୍ଷ ଟଙ୍କାର ଗଞ୍ଜେଇ ଓ ୧୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହୋଇଥିବାବେଳେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା । ତେବେ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ଟିମ୍ ନିଜେ ଗ୍ରାହକ ସାଜି ଏହି ଗଞ୍ଜେଇ ଓ ବ୍ରାଉନସୁଗାର ଜବତ କରିଛି । ସୂଚନା ଦେଲେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଆରକ୍ଷୀ ଉପଅଧୀକ୍ଷକ ପ୍ରବୀର୍ କୁମାର ସାମଲ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ