ଓଡିଶା

odisha

ETV Bharat / state

ସିଏମସିରେ ଆଜି 24 ନୂଆ ଆକ୍ରାନ୍ତ ଚିହ୍ନଟ, ଜଣଙ୍କର ମୃତ୍ୟୁ - ସିଏମସିରେ ଆଜି ଆକ୍ରାନ୍ତଙ୍କର ମୃତ୍ୟୁ

କଟକ ମହାନଗର ନିଗମରେ ଆଜି ୨୪ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ଆକ୍ରାନ୍ତ ମୃତ। ପଢନ୍ତୁ ଅଧିକ.....

ସିଏମସିରେ ଆଜି 24 ନୂଆ ଆକ୍ରାନ୍ତ ଚିହ୍ନଟ, ଜଣଙ୍କର ମୃତ୍ୟୁ
ସିଏମସିରେ ଆଜି 24 ନୂଆ ଆକ୍ରାନ୍ତ ଚିହ୍ନଟ, ଜଣଙ୍କର ମୃତ୍ୟୁ

By

Published : Nov 21, 2020, 10:52 PM IST

କଟକ: ଜିଲ୍ଲା ମହାନଗର ନିଗମରେ ଆଜି(ଶନିବାର) ୨୪ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଶନିବାର ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ହୋମ କ୍ଵରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୨ ଆକ୍ରାନ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ସେହିପରି ଅନ୍ୟ ୧୦ ଜଣ ଆକ୍ରାନ୍ତ ସ୍ଥୀନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ହଜାର ୬୬୩ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୫ ହଜାର ୪୧୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୮୨ ଜଣଙ୍କର ମୃତୁ ଘଟିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୧୬୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details