ଭୁବନେଶ୍ବର:''ହରିଣ ନ ଦିଏ ଧରା। ଦଉଡନା ବଡ ଖରା। , ଅରଣା ମହିଷ ରହିଛି ଅନାଇ । ମହିଷର ପାଖ ନ ଯାଏ ଦନାଇ।'' ବାଳୁତ ବେଳରେ ସମସ୍ତଙ୍କ ମୁହଁରେ ଛବିଳ ମଧୁ ବର୍ଣ୍ଣବୋଧର ଏହି ପଦ୍ୟାଶଂ ଶୁଣିବାକୁ ମିଳେ। କଥା କହି ଶିଖିନଥିବା ଛୋଟ ଛୁଆ ମୁହଁରେ ଏହାକୁ ଚାଟଶାଳୀର ମାଷ୍ଟ୍ରେ ଓ ଘରେ ବାପା ମା ମୁଖସ୍ତ କରାନ୍ତି।
ତେବେ ଓଡିଆ ଭାଷାକୁ ଚିହ୍ନାଇବା ଓ ଓଡିଆଙ୍କୁ ବିଶ୍ବ ଦରବାରରେ ପରିଚିତ କରିଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ଭକ୍ତକବି ମଧୁସୂଦନ ରାଓ। ତାଙ୍କ ରଚିତ ବର୍ଣ୍ଣବୋଧ ଯାହା ଓଡିଶାର ଘରେ ଘରେ ସୁପରିଚିତ। ଆଜି ସେହି ମହାନ ଆତ୍ମାଙ୍କ ଜନ୍ମଜୟନ୍ତୀ। ଆଜିର ଦିନରେ 1853 ମସିହାରେ ମଧୁବାବୁ ପୁରୀର ପଥୁରିଆ ସାହିରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ।
କଟକରେ ରହି ପାଠ ପଢୁଥିବା ମଧୁ ବାବୁ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ। ଏହାସହ ଶିକ୍ଷାବିଭାଗର ବିଭିନ୍ନ ପଦବୀରେ କାର୍ଯ୍ୟ କରି ଶେଷରେ ଭାରତୀୟ ଶିକ୍ଷାବିଭାଗରେ ସ୍ଥାନ ପାଇଥିଲେ। 1866 ମସିହାରେ ନ ଅଙ୍କ ଦୁର୍ଭିକ୍ଷ ସମୟରେ ସେ ଶହ ଶହ ଲୋକଙ୍କୁ ସାହାଯ୍ୟର ହାତ ବଢାଇଥିଲେ। ଓଡିଶା ପ୍ରତି ମଧୁ ବାବୁଙ୍କ ଅବଦାନ କେହି କେବେ ଭୁଲି ପାରିବେନି। ଆଜି ତାଙ୍କ ଅବର୍ତ୍ତମାନରେ ଏ ମାଟି ତାଙ୍କୁ ଝୁରୁଛି।