ଓଡିଶା

odisha

ETV Bharat / state

Chopper Crash: ଶହୀଦଙ୍କୁ ବାଲିଅନ୍ତାରେ ଶ୍ରଦ୍ଧାଞ୍ଜଳି - ଜୟଦେବ ଯୁବ ସାମ୍ବାଦିକ ସଙ୍ଘ ଓ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

CDS ଜେନେରାଲ ବିପିନ ରାୱତଙ୍କ(CDS Bipin Rawat) ସମେତ ୧୩ ଯବାନଙ୍କ ଅକାଳ ବିୟୋଗରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଟଙ୍କପାଣି ନଦୀ ବ୍ରିଜ ପାଖରେ ଜୟଦେବ ଯୁବ ସାମ୍ବାଦିକ ସଙ୍ଘ ଓ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟଙ୍କ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଅଧିକ ପଢନ୍ତୁ

CDS ବିପିନ ରାଓ୍ବାତଙ୍କ ସମେତ ଅନ୍ୟ ୧୩ ଯବାନଙ୍କ ଅକାଳ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
CDS ବିପିନ ରାଓ୍ବାତଙ୍କ ସମେତ ଅନ୍ୟ ୧୩ ଯବାନଙ୍କ ଅକାଳ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

By

Published : Dec 13, 2021, 12:34 PM IST

Updated : Dec 13, 2021, 12:51 PM IST

ନିଆଳି: ତାମିଲନାଡୁ ଅନ୍ତର୍ଗତ କୁନ୍ନୁରଠାରେ ହେଲିକାପ୍ଟର ଦୁର୍ଘଟଣାରେ ଦେଶର CDS ଜେନେରାଲ ବିପିନ ରାୱତ(CDS Bipin Rawat) ଓ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୩ ଜଣ ବୀର ଯବାନ ଶହୀଦ ହୋଇଥିଲେ । ସାରାଦେଶ ଏହି ଘଟଣାରେ ସ୍ତବ୍ଧ ଥିବାବେଳେ ଦେଶର କୋଣ ଅନୁକୋଣରୁ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ଦିନ ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଟଙ୍କପାଣି ନଦୀ ବ୍ରିଜ ପାଖରେ ଜୟଦେବ ଯୁବ ସାମ୍ବାଦିକ ସଙ୍ଘ ଓ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟ ମାନଙ୍କଦ୍ବାରା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

Chopper Crash: ଶହୀଦଙ୍କୁ ବାଲିଅନ୍ତାରେ ଶ୍ରଦ୍ଧାଞ୍ଜଳି

ଉକ୍ତ ଶୋଭାଯାତ୍ରାଟି ଟଙ୍କପାଣି ନଦୀ ବ୍ରିଜ ପାଖରୁ ବାହାରି ପ୍ରତିମୃତ୍ତିଠାରେ ସମାପ୍ତ ହୋଇଥିଲା। ସେଠାରେ ଶହୀଦଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତ ସଦସ୍ୟ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ସେମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Dec 13, 2021, 12:51 PM IST

ABOUT THE AUTHOR

...view details