ଓଡିଶା

odisha

ETV Bharat / state

ଦିଗପହଣ୍ଡି ବସ୍ ଟ୍ରାଜେଡି: ଦୁର୍ଘଟଣା ରୋକିବାକୁ SOP ଆଣିବ ପରିବହନ ବିଭାଗ - digapahandi bus tragedy

ରାଜ୍ୟରେ ଯାତ୍ରୀବାହି ଯାନବାହନ ଚଳାଚଳ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ 2ଟି ଭିନ୍ନ ନିର୍ଦ୍ଦେଶନାମା ଜାରି କରିବାକୁ ଯାଉଛି ପରିବହନ ବିଭାଗ। ଏହା ସହିତ VLTD ଲଗାଯିବା ସହ ଗାଡ଼ିଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପ୍ୟାନିକ୍ ବଟନ ମଧ୍ୟ ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଦୁର୍ଘଟଣା ରୋକିବାକୁ SOP ଆଣିବ ପରିବହନ ବିଭାଗ
ଦୁର୍ଘଟଣା ରୋକିବାକୁ SOP ଆଣିବ ପରିବହନ ବିଭାଗ

By

Published : Jun 27, 2023, 9:51 PM IST

ଦୁର୍ଘଟଣା ରୋକିବାକୁ SOP ଆଣିବ ପରିବହନ ବିଭାଗ

କଟକ: ଦିଗପହଣ୍ଡି ବସ୍ ଟ୍ରାଜେଡି ପରେ ତତ୍ପର ହୋଇ ଉଠିଛି ରାଜ୍ୟ ପରିବହନ ବିଭାଗ। ରାଜ୍ୟରେ ଯାତ୍ରୀବାହି ଯାନବାହନ ଚଳାଚଳ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ 2ଟି ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ଜାରି କରିବାକୁ ଯାଉଛି STA । ବିନା ଅନୁମତିରେ ପରମିଟ୍ ମିଳିଥିବା ରୁଟ୍ ଓ ଟାଇମିଂ ବାହାରେ ଯାତ୍ରୀବାହି ବସ୍ ଚଳାଚଳ କରିପାରିବ ନାହିଁ । ଏନେଇ ଏକ ଏସଓପି ଆଣିବାକୁ ଯାଉଛି ବିଭାଗ । ସେହିପରି ଗାଡ଼ି ଗୁଡ଼ିକୁ ଟ୍ରାକ କରିବା ପାଇଁ ଖୁବଶୀଘ୍ର VLTD ବା ଭେଇକିଲ ଲୋକେସନ ଟ୍ରାକିଙ୍ଗ ଡିଭାଇସ ବ୍ୟବସ୍ଥାକୁ ରାଜ୍ୟରେ ଲାଗୁ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଦିଗପହଣ୍ଡି ବସ୍ ଦୁର୍ଘଟଣା ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଥିବାବେଳେ ଏବେ ଦୁର୍ଘଟଣା ପଛର କାରଣ ଖୋଜା ଚାଲିଛି । OSRTC ବସ୍ ଡ୍ରାଇଭର ଜଣକ ଶୋଇପଡିଥିବାରୁ ଏପରି ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ବିଭାଗ ପକ୍ଷରୁ ହୋଇଥିବା ଗାଇଡଲାଇନ ଅନୁଯାୟୀ ଏଣିକି ବସ ମାଲିକମାନେ ବାହାଘର କିମ୍ବା ପିକନିକ୍ ଭଳି କାର୍ଯ୍ୟପାଇଁ ନିଜ ମନ ଇଚ୍ଛା କୌଣସି ରୁଟରେ ଯାତ୍ରୀଙ୍କୁ ନେଇ ଯାଇପାରିବେ ନାହିଁ । ଏଥିପାଇଁ ବସ ମାଲିକଙ୍କୁ ନିଜ ଆରଟିଓଙ୍କ ପାଖରୁ ଅନୁମତି ନେବାକୁ ପଡ଼ିବ । ଯେଉଁଥିପାଇଁ ଏକ ଏସଓପି ଆଣିବାକୁ ଯାଉଛି ବିଭାଗ । କେବଳ ଏସଓପି ନୁହେଁ ବରଂ ରାସ୍ତାରେ ଗାଡ଼ି ଗୁଡ଼ିକୁ ଟ୍ରାକ୍ କରିବା ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି ପରିବହନ କର୍ତ୍ତୃପକ୍ଷ । ସେଥିପାଇଁ ଅଟୋ ଏବଂ ପେଟ୍ରୋ କେମିକାଲ ଭଳି ଜ୍ବଳନଶୀଳ ପଦାର୍ଥ ପରିବହନ କରୁଥିବା ଗାଡ଼ିଗୁଡ଼ିକୁ ବାଦ ଦେଲେ ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ଗାଡ଼ି VLTD ବା ଭେଇକିଲ ଲୋକେସନ ଟ୍ରାକିଙ୍ଗ ଡିଭାଇସ ଲଗାଇବା ବାଧ୍ୟତାମୂଳକ କରାଯିବ ।

ରାଜ୍ୟରେ ଚଳାଚଳ କରୁଥିବା ସରକାରୀ ଗାଡ଼ି ଗୁଡ଼ିକରେ VLTD ଲାଗି ଯାଇଥିବାବେଳେ ଆସନ୍ତା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟରେ ଚଳାଚଳ କରୁଥିବା ବେସରକାରୀ ଗାଡ଼ି ଗୁଡ଼ିକରେ ଏହାକୁ ଲଗାଯିବା ଉପରେ ଗୁରୁତ୍ବ ଦେଇଛି ପରିବହନ ବିଭାଗ । VLTD ଲାଗିବା ପରେ ସେହି ଗାଡ଼ି ଗୁଡ଼ିକୁ ସହଜରେ ଟ୍ରାକ୍ କରାଯାଇପାରିବ । ଏହା ସହିତ କେଉଁ ଗାଡ଼ି କେଉଁ ସମୟରେ କେଉଁ ରୁଟ୍ ବା ଅଞ୍ଚଳ ଦେଇଯାଉଛି, ତାର ବେଗ କେତେ ରହିଛି, ସେହି ଗାଡ଼ିର ପରମିଟ୍ ଅଛି ବା ନାହିଁ ତାହା ମଧ୍ୟ ଟ୍ରା୍କ କରାଯାଇପାରିବ । ଏହା ସହିତ VLTD ଲାଗିଥିବା ଗାଡ଼ିଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପ୍ୟାନିକ୍ ବଟନ ମଧ୍ୟ ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଇଟିଭି ଭାରତ, କଟକ

ABOUT THE AUTHOR

...view details