ଓଡିଶା

odisha

ETV Bharat / state

କିନ୍ନରକୁ ପ୍ରତାରଣା, 4 ବର୍ଷ ସମ୍ପର୍କ ରଖିବା ପରେ ଟଙ୍କା ସୁନା ଧରି ସ୍ବାମୀ ଫେରାର - ପ୍ରଥମେ ପ୍ରେମ ପରେ ବିବାହ ଆଉ ତା ପରେ ପ୍ରତାରଣା

କଟକ ଗାନ୍ଧୀ ପଲ୍ଲୀ ଅଞ୍ଚଳରେ କିନ୍ନରଙ୍କୁ ପ୍ରତାରଣା । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ସ୍ଥାନୀୟ କିନ୍ନର ସୋନାଲି । ଅଧିକ ପଢନ୍ତୁ

victim filed complaint against husband
victim filed complaint against husband

By

Published : Feb 26, 2023, 10:32 PM IST

କିନ୍ନରକୁ ପ୍ରତାରଣା

କଟକ: କଟକରେ କିନ୍ନରକୁ ପ୍ରତାରଣା । ବାହା ହୋଇ ଦେଲା ଧୋକା । 4 ବର୍ଷ ଧରି ସଂସାରର ପ୍ରଲୋଭନ ଦେଖାଇ କିନ୍ନରଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ବର୍ତ୍ତମାନ ଅନ୍ୟ ଝିଅକୁ ବାହା ହେବା ପାଇଁ ଉକ୍ତ କିନ୍ନରକୁ ଛାଡି ଚାଲିଯାଇଥିବା ସ୍ଥାନୀୟ ଚାଉଳିଆଗଞ୍ଜ ଥାନାରେ ଏତଲା ହୋଇଛି । ଯାହାକୁ ନେଇ ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ସୂଚନା ମୁତାବକ, ପ୍ରଥମେ ପ୍ରେମ ପରେ ବିବାହ ଆଉ ତା ପରେ ପ୍ରତାରଣା । ଜଣେ ଯୁବକଙ୍କ ବିରୁଦ୍ଧରେ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଲେ ସ୍ଥାନୀୟ କିନ୍ନର ସୋନାଲି । ପ୍ରଥମେ ଫେସବୁକରେ ସାଙ୍ଗ ହୋଇ ଚାଟ । ଆଉ ଏହି ଚାଟ ଏତେ ଘନିଷ୍ଠ ହୋଇଗଲା ଯେ ଶେଷରେ ବିବାହ କଲେ ଉକ୍ତ ଯୁବକ । ଯେତେବେଳେ କିନ୍ନର ସହ ମନ ଭରିଗଲା ସେତେବେଳେ କିନ୍ନରଠୁ ଦୂରେଇ ଯାଇ ଅନ୍ୟତ୍ର ବିବାହ ପାଇଁ କିନ୍ନରକୁ ପ୍ରତାରଣା ଦେଇ ଛାଡି କୁଆଡେ ଉଭାନ ହୋଇଯାଇଛନ୍ତି ଯୁବକ । ତେବେ ଏହି ଘଟଣା ଘଟିଛି କଟକ ଗାନ୍ଧୀ ପଲ୍ଲୀ ଅଞ୍ଚଳର ସୋନାଲି କିନ୍ନରଙ୍କ ସହ ।

ଆଜିକୁ ପ୍ରାୟ 4ବର୍ଷ ତଳେ ସୋନାଲି ସୁଧୀର ବେହେରାଙ୍କ ସମ୍ପର୍କ ଫେସବୁକରୁ ଆରମ୍ଭ ହୋଇଥିଲା । ଏହା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ପରେ ବିବାହ କରି ଗାନ୍ଧୀ ପଲ୍ଲୀ ସ୍ଥିତ ବାସ ଭବନରେ ଉଭୟ ରହୁଥିଲେ । ହେଲେ ଏହାପରେ ସୁଧୀର ସାଜିଥିଲେ ପ୍ରତାରକ । ବହୁକଷ୍ଟରେ ସୋନାଲି ରଖିଥିବା ଜମା ପୁଞ୍ଜିକୁ ମଧ୍ୟ ସେ ଜୋର୍ ଜବରଦସ୍ତ ନେଇଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୋନାଲି କିନ୍ନର ।

4 ବର୍ଷ ରହିବା ପରେ ଶେଷ ରେ ସବୁ ଟଙ୍କା ସୁନା ଲୁଟ କରି ଅନ୍ୟ ଏକ ଝିଅକୁ ବାହା ହେବା ପାଇଁ ପଳେଇଛନ୍ତି ସୁଧୀର । ତେଣୁ ଏହି ଘଟଣାକୁ କେନ୍ଦ୍ରକରି । କଟକର ଏକ କିନ୍ନର ସମାଜ ପକ୍ଷରୁ କଟକ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରାଯାଇଥିଲା । ତେବେ ସୁଧୀରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ସହ ଟଙ୍କା, ସୁନା, ଗହଣା ଫେରାଇବାକୁ ଦାବି କରିଛନ୍ତି ଉକ୍ତ କିନ୍ନର । ଯଦି ସୁଧୀର ଏହି ସମସ୍ତ ଜିନିଷ ନ ଫେରାନ୍ତି ତେବେ ଆଗାମୀ ଦିନରେ ସୋନାଲିଙ୍କ ସହ ସମଗ୍ର କିନ୍ନର ସମାଜ ରାଜରାସ୍ତାକୁ ଓହ୍ଲାଇବା ସହ ବିଚାରପତି ଘର ଆଗରେ ନ୍ୟାୟ ମାଗିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details