କଟକ : ଇଞ୍ଜିନରୁ ଅଲଗା ହେଲା ବଗି। ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଲୋକମାନ୍ୟ ତିଲକ ପାସେଞ୍ଜର ଟ୍ରେନ। କଟକ ଚାରବାଟିଆ ନିକଟରେ ଘଟିଥିଲା ଏଭଳି ଅଘଟଣ। ଇଞ୍ଜିନଟି ପାସେଞ୍ଜର ବଗିଠାରୁ ଅଲଗା ହେବା ପରେ ଭୟଭୀତ ହୋଇ ପଡ଼ିଥିଲେ ଯାତ୍ରୀ। ପରେ ବିପଦର ଆଶଙ୍କା କରି ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ।
ବଗିରୁ ଅଲଗା ହେଲା ଇଞ୍ଜିନ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଲକ ଟ୍ରେନ - train left the engine in cuttack
ଇଞ୍ଜିନରୁ ଅଲଗା ହେଲା ବଗି । ବଡ଼ ଦୁର୍ଘଟଣାରୁ ବର୍ତିଲା ଲୋକମାନ୍ୟ ତିଲକ ଟ୍ରେନ। ଅଧିକ ପଢନ୍ତୁ....
ବଗିଠୁ ଅଲଗା ହେଲା ଇଞ୍ଜିନ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଲକ ଟ୍ରେନ
ତେବେ ଚାରବାଟିଆ ଷ୍ଟେସନ ପାଖାପାଖି ହେବା ପରେ ଟ୍ରେନ ଚାଳକ ଏବିଷୟରେ ଅବଗତ ହୋଇଥିଲେ । କିଛି ସମୟ ମଧ୍ୟରେ ଇଞ୍ଜିନକୁ ପଛକୁ ଆଣି ପାସେଞ୍ଜର ବଗି ସହ ସଂଯୋଗ କରାଇ ଥିଲେ। ଏହାପରେ ପୁଣି ଗନ୍ତବ୍ୟସ୍ଥଳକୁ ଯାଇଥିଲା ଟ୍ରେନ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ