ଜେଜେଙ୍କ ଏକାଦଶ କର୍ମରେ ଗଲା ନାତୁଣୀର ଜୀବନ କଟକ: ଲୁଣା ନଦୀରେ ଚାଲିଗଲା କୁନି ଝିଆର ଜୀବନ । ଏକାଦଶ କାର୍ଯ୍ୟରେ ପୁଣି ପରିବାର ସଦସ୍ୟଙ୍କ ଅକାଳ ବିୟୋଗ। ଜେଜେଙ୍କର ଏକାଦଶ କାର୍ଯ୍ଯରେ ଚାଲିଗଲା ନାତୁଣୀ ର ଜୀବନ। ବଞ୍ଚାଅ ବଞ୍ଚାଅ ବୋଲି ସ୍ୱର ଶୁଭିଲା ପରେ ମଧ୍ୟ ବଞ୍ଚିଲାନିର କୁନି ଝିଆର ଜୀବନ । ଏପରି ଆଭାବନୀୟ ଘଟଣାଟି ଘଟିଛି ମହଙ୍ଗା ନିଶ୍ଚିତ କୋଇଲି ଅଞ୍ଚଳର ସାଧକ ନଗର ଗାଁରେ।
ଆଜି ଅପରାହ୍ନ ସମୟରେ ଉକ୍ତ ଗ୍ରାମ ର ଭୃଗୁରାମ ସାହୁଙ୍କ ପରିବାର ର ଜଣେ ସଦସ୍ୟ ଲୁଣାନଦୀ କୁଳରେ ଏକାଦଶ କାର୍ଯ୍ୟ ପାଇଁ ଯାଇଥିଲେ। କର୍ମ ପାଇଁ ସମସ୍ତେ ବ୍ୟସ୍ତ ଥିବା ସମୟରେ । ପରିବାର ର 3 ଝିଅ ଓ ତଙ୍କ ମାଆ ନଦୀ କୁଳକୁ ଗାଧୋଇବା ପାଇଁ ମଧ୍ୟ ଯାଇଥିଲେ। କିନ୍ତୁ ହଠାତ୍ କିଛି ସମୟ ମଧ୍ୟରେ ବଞ୍ଚାଅ ବଞ୍ଚାଆ ବୋଲି ଚିତ୍କାର ଶୁଭିଥିଲା। ଶବ୍ଦ ଶୁଣିବା ପରେ ପରିବାର ସଦସ୍ୟ ଉକ୍ତ ସ୍ଥାନ କୁ ଦୌଡ଼ି ଯାଇଥିଲେ । ହେଲେ ଘଟଣା ସ୍ଥଳରେ ଦୁଇ ସାନ ଭଉଣୀ କୁ ଉଦ୍ଧାର କରିବା ପରେ ବଡ଼ ଉଭଉଣୀ ଗର୍ଭିର ସ୍ରୋତ ରେ ପାଣି ମଧ୍ୟକୁ ଚାଲିଯାଇଥିଲା।
ଯାହା ଫଳରେ ଘଟଣା ସ୍ଥଳରେ ସେ ନିଖୋଜ ହୋଇଯାଇଥିଲା। ଅନେକ ଖୋଜାଖିଜି ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବଡ଼ ଝିଅର ମୃତ୍ୟ ଦେହ କୁ ଉଧାର କରିଥିଲା। ତେବେ ସଙ୍ଗେସଙ୍ଗେ ବଡ଼ ଝିଅ କୁ ମେଡିକାଲ କୁ ନେବା ପରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଅଭାବନୀୟ ଘଟଣା ରେ ମୃତ୍ୟ ଘଟିଥିବା ଝିଅ ର ନାମ ହେଉଛି ଋତୁପର୍ଣ୍ଣା ସାହୁ । ତେବେ ନଦୀରେ ବୁଡୁଥିବା 3 ଜଣ ହେଉଛନ୍ତି 3 ଭଉଣୀ।
ଏହି ଘଟଣା ରେ ସୁରକ୍ଷିତ ଉଦ୍ଧାର ହୋଇଥିବା ଦୁଇ ବାଳିକାଙ୍କ ନାମ ରିଧି ଓ ସିଦ୍ଧି। ଉଭୟ ବର୍ତ୍ତମାନ ସୁସ୍ଥ ଥିବା କହିଛନ୍ତି ପରିବାର ଲୋକେ। ଏହି ଘଟଣା ଘଟିବା ପରେ ସ୍ତାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ମୃତ୍ଯୁ ବରଣ କରିଥିବା ବାଳିକା ଅଷ୍ଟମ ଶ୍ରେଣୀ ରେ ପାଠ ପଢୁଥିଲେ। ପରିବାର ରେ ସମସ୍ତଙ୍କ ଆଦରର ପୂର୍ଣ୍ଣ ଏହି 3 ଝିଅ। ହେଲେ ଏହି ଘଟଣା ଘଟିବା ପରେ ପରିବାର ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଡ଼ିଛନ୍ତି। ଗୋଟିଏ ପଟେ ଜେଜେଙ୍କ ଏକାଦଶ ଅନ୍ୟପଟେ ନାତୁଣୀ ର ବିୟୋଗ ଖବର ରେ ସାରା ଅଞ୍ଚଳରେ ଦୁଃଖ ର ବାଦଲ ଖେଳିଯାଇଛି ।