ଓଡିଶା

odisha

ETV Bharat / state

ବିଦାୟ ନେଉଛନ୍ତି ମା’, କଟକରେ ବିସର୍ଜନ ହେଲେଣି 10ରୁ ଊର୍ଦ୍ଧ୍ବ - କଟକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଆଜି ମା’ଙ୍କ ବିଦାୟୀ ପର୍ବ । ଦୂର୍ଗାପୂଜା ଭସାଣୀ ନେଇ ଖୁବ ଧୁମଧାମରେ ସିଲଭର ସିଟିରୁ ବିଦାୟ ନେଉଛନ୍ତି । ଏଥିପାଇଁ କଟକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ଡିଜାଇନ ଫଟୋ

By

Published : Oct 9, 2019, 5:34 PM IST

କଟକ: ମେଲାଣି ନେଉଛନ୍ତି ମା' ଜଗତ ଜନନୀ । ଆଜି ମାଙ୍କ ବିଦାୟୀ ପର୍ବ । ଦୂର୍ଗାପୂଜା ଭସାଣୀ ନେଇ ଖୁବ ଧୁମଧାମରେ ସିଲଭରସିଟିରୁ ବିଦାୟ ନେଉଛନ୍ତି । ଏଥିପାଇଁ କଟକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ମୂର୍ତ୍ତି ଗୁଡିକର ବିସର୍ଜନ ନେଇ ଦେବୀଗଡାରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା କୁତ୍ରିମ ପୋଖରୀରେ ଏଯାବତ 10 ରୁ ଉର୍ଦ୍ଧ୍ବ ମେଢ଼ ବିସର୍ଜନ ସରିଲାଣି । ମେଢ଼ ମାନଙ୍କ ବିସର୍ଜନ ପରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା' । ଯାହା ଭକ୍ତଙ୍କୁ ବେଶ ଦୁଃଖ ଦେଇଛି । ତେବେ ଶତାଧିକ ମେଢ଼ର ବିସର୍ଜନ ହେତୁ କୃତ୍ରିମ ପୋଖରୀ ପାଖରେ 6 ଟି ଡୋଜରକୁ ନିୟୋଜିତ କରାଯାଇଛି । ଯାହାଦ୍ବାରା ପୋଖରୀକୁ ଶୀଘ୍ର ସଫା କରିହେବ ।

ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ଦେବୀଗଡ଼ାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପାଖାପାଖି 3 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏହାସହ ଭିଡ ଭିତରେ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡାଇବାକୁ ପୋଲିସ ସତର୍କ ରହିଛି ।

ଏଯାବତ ଭସାଣି କାର୍ଯ୍ୟକ୍ରମ ସୁରୁଖରୁରେ ଜାରି ରହିଥିବାବେଳେ ଭସାଣ ଉତ୍ସବ ପାଇଁ ଦିନ ୧୧ଟାରୁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details