କଟକ:ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ଆଜି ହାଜର ହେଲେ ନାହିଁ ସୋମାଲିକା ଦାସ । ତେବେ ଆଜି ସବରେଜିଷ୍ଟ୍ରି ଅଫିସରେ ହାଜର ହୋଇଥିଲେ ପ୍ରତ୍ୟୁଷାଙ୍କ ପୂର୍ବତନ ସ୍ବାମୀ ତୃପ୍ତି ରଞ୍ଜନ ରାଉଳ । ପ୍ରତ୍ୟୁଷାଙ୍କ ସହ ବିବାହ ବିଚ୍ଛେଦ ନେଇ ଦଲିଲ ମଧ୍ୟ ଦାଖଲ କରିଛନ୍ତି ତୃପ୍ତି । ତେବେ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଖୁବଶୀଘ୍ର ରାୟ ଶୁଣାଇବେ ବିବାହ ପଞ୍ଜିକରଣ ଅଧିକାରୀ ।
ବିଧାୟକ କଟକ ସବରେଜିଷ୍ଟ୍ରାର ଅଫିସରେ ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଥିବା ବେଳେ ଏଥିରେ ଅବଜେକ୍ସନ ଫାଇଲ କରିଥିଲେ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ । ବିଜୟଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ କରିଥିଲେ । ଉଭୟ ସୋମାଲିକା ଓ ବିଜୟ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବିଜୟ ଏଥିରେ ସହଯୋଗ କରିନଥିବା ସୋମାଲିକା ଅଭିଯୋଗ କରିଥିଲେ । ବିଜୟ ଏବେ ଯେଉଁ ଯୁବତୀଙ୍କୁ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାରରେ ଆବେଦନ କରି ସେଥିରେ ଅବଜେକ୍ସନ କରିଥିଲେ ସୋମାଲିକା ।
ଏହା ବି ପଢନ୍ତୁ- ବଢ଼ିଲା ବିଜୟ ଶଙ୍କରଙ୍କ ଅଡୁଆ, ପ୍ରତ୍ୟୁଷାଙ୍କୁ ବିବାହ କରିବା ସମ୍ଭବ ହେବନି !