ଓଡିଶା

odisha

ETV Bharat / state

ଆଠଗଡ଼ ଶେଷ ରାଣୀ ରାସ ମଞ୍ଜରୀ ଦେବୀଙ୍କ ପରଲୋକ, ଆଜି ହେବ ଶେଷକୃତ୍ୟ

ଆଠଗଡ଼ ଶେଷ ରାଣୀ ରାସ ମଞ୍ଜରୀ ଦେବୀଙ୍କ ପରଲୋକ । ଆଜି ତିରିଗିରିଆରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ରହିଛି । ଅଧିକ ପଢନ୍ତୁ

By

Published : Feb 27, 2023, 7:07 AM IST

Rasmanjari Devi passes away
Rasmanjari Devi passes away

Rasmanjari Devi passes away

କଟକ:ଭାରତ ବର୍ଷର ଶେଷ ସ୍ବାଧୀନ ରାଣୀ ରାସମଞ୍ଜରୀ ଦେବୀଙ୍କ ପରଲୋକ । ରବିବାର ସନ୍ଧ୍ୟାରେ ତିଗିରିଆସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଜାଶାସନର ଶେଷ ରାଣୀ ତଥା ଆଠଗଡର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିବା ଜଣାପଡିଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବାବେଳେ ରବିବାର ତାଙ୍କର ପରଲୋକ ହୋଇଛି । ତାଙ୍କର ବିୟୋଗ ଖବର ପ୍ରଚାରିତ ପରେ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି ।

1927 ନଭେମ୍ବର ୧୯ ତାରିଖରେ ସୋନପୁର ରାଜ ପରିବାରରେ ଜନ୍ମିତ ମଞ୍ଜରୀ ଦେବୀଙ୍କ ପିତାଙ୍କ ନାମ ମହାରାଜ କୁମାର ଯଶୋବନ୍ତ ସିଂହଦେଓ ଓ ମାତା ତ୍ରୀଦେଶେଶ୍ବର ଦେବୀ । ୧୯୪୪ ମସିହାରେ ତିଗିରିଆ ରାଜା ବ୍ରଜରାଜ କ୍ଷତ୍ରିୟ ବିରବିର ଚମ୍ପତି ସିଂ ମହାପାତ୍ରଙ୍କୁ ବିବାହ କରିଥିଲେ ରାଣୀ ରାସ ମଞ୍ଜରୀ ଦେବୀ । ଏହାପରେ ତତକାଳୀନ ରାଜନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଆହ୍ବାନକ୍ରମେ ରାଣୀ ରାଜନୀତିରେ ପାଦ ଥାପିଥିଲେ । ତେବେ କ୍ରମାଗତ ୩ଥର ଆଠଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ଲଢି ପରାଜିତ ହୋଇଥିବା ବେଳେ ୧୯୭୭ ମସିହାରେ ଜନତା ଦଳରୁ ନିର୍ବାଚନ ଲଢି ବିଧାୟିକା ରୂପେ ନିର୍ବାଚିତ ହୋଇଥିଲେ । 1977 -80 ପର୍ଯ୍ୟନ୍ତ ସେ ତିଗିରିଆର ବିଧାୟିକା ଥିଲେ । ଏହାପରେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଜିଲ୍ଲା ପରିଷଦକ ଉପାଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ ।

ରାଣୀ ରାସ ମଞ୍ଜରୀ ଦେବୀଙ୍କ ସ୍ବଭାବ ମିଷ୍ଟଭାସି ଥିଲା । ସେ ସର୍ବଦା ପଢାପଢିରେ ମନ ନିବେଶ କରୁଥିଲେ । ତାଙ୍କର 3 ପୁଅ ଓ 3 ଝିଅ ରହିଛନ୍ତି । ତେବେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହେବା ପରେ ନିୟମିତ ଭାବେ ତିଗିରିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି(ରବିବାର) ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟ ସମୟରେ ତାଙ୍କ ବଡ଼ ଓ ସାନ ପୁଅ ସାଙ୍ଗରେ ଥିଲେ ତାଙ୍କ ବିୟୋଗରେ କଟକରେ ଶୋକର ଛାୟା ଖେଳିଯାଇଛି । ବର୍ତ୍ତମାନ ପାର୍ଥିକ ଶରୀର ତିଗିରିଆ ସ୍ଥିତ ବାସ ଭବନରେ ରହିଛି ।

ରାଜ୍ୟର କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ତାଙ୍କ ତିଗିରିଆ ସ୍ଥିତ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ସକାଳ 6ଟା ସମୟରେ ତିଗିରିଆ ଗଡ଼ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଅନୁସାରେ ଶେଷକୃତ କରାଯିବ କି ନାହିଁ ସେନେଇ ଜିଲ୍ଲାପ୍ରଶାସନ ତରଫରୁ କୌଣସି ସୂଚନା ଦିଆଯାଇନଥିବା ବେଳେ ତିରିଗିରିଆରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ରହିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details