ଓଡିଶା

odisha

ETV Bharat / state

ଏବର୍ଷ ଦୀପାବଳୀରେ ଇତିହାସ; ଫୁଟିବନି ବାଣ, ଚମକିବ ଆଲୋକମାଳା - ଦୀପାବଳୀରେ କଟକଣା

କୋରୋନାରେ ଫିକା ପଡିବ ଚଳିତବର୍ଷ ଆଲୋକର ପର୍ବ ଦୀପାବଳୀ । ଏଥର କୋରୋନା କଟକଣା ପାଇଁ ବାଣଫୁଟାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ଫଳରେ ବଜାରରେ ମିଳୁଥିବା ରଙ୍ଗ ବେରଙ୍ଗର ଦୀପ , ଭଳିକି ଭଳି ଚିକମିକ ଲାଇଟ ଉପରେ ଗ୍ରାହକଙ୍କ ନଜର । ତେବେ ଗ୍ରାହକଙ୍କ ଚାହିଦା କୁ ଦେଖି ପାରମ୍ପରିକ ଦୀପ ସାଙ୍ଗକୁ ଫ୍ୟାନସି ଦୀପ,ବିଭିନ୍ନ ପ୍ରକାର ଲାଇଟର ସମ୍ଭାର ଲାଗିଛି ବଜାରରେ । କିନ୍ତୁ ବ୍ୟବସାୟ ମାନ୍ଦା...

ଇତିହାସ ପାଲଟିବ ଚଳିତବର୍ଷ ଦୀପାବଳୀ
ଇତିହାସ ପାଲଟିବ ଚଳିତବର୍ଷ ଦୀପାବଳୀ

By

Published : Nov 13, 2020, 7:53 PM IST

କଟକ: ଚଳିତବର୍ଷ ସବୁ ପର୍ବ ପର୍ବାଣୀରେ କୋରୋନା ଗ୍ରହଣ ଲାଗି ଥିବାବେଳେ ଦୀପାବଳୀରେ ମଧ୍ୟ ପଡିଛି ଏହାର ପ୍ରଭାବ । ନିରାଡମ୍ବର ଦୀପାବଳୀ ପାଳିବା ସହ ବାଣ ଫୁଟାଇବା ପାଇଁ ଲାଗିଛି କଟକଣା । ଫଳରେ ବାଣ ବ୍ୟବସାୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡିଛି । ସେପଟେ ବିଭିନ୍ନ ପ୍ରକାରର ଦୀପ ଓ ଆଲୋକମାଳାରେ ସାଜସଜ୍ଜା କରି ଦୀପାବଳୀ ପାଳିବାକୁ ସ୍ଥିର କରିଛନ୍ତି ଲୋକେ । ଫଳରେ ବାଣ ବ୍ୟବସାୟ କରୁଥିବା ଅଧିକାଂଶ ବ୍ୟବସାୟୀ ପାରମ୍ପରିକ ଦୀପ ସାଙ୍ଗକୁ ଫ୍ୟାନସି ଦୀପ, ଭଳିକି ଭଳି ଲାଇଟ, କାଉଁରିଆ କାଠି ଆଦି ସାମଗ୍ରୀର ପସରା ମେଲାଇ ବସିଛନ୍ତି । ହେଲେ ବାଣ ବ୍ୟବସାୟରେ ଲକ୍ଷାଧିକ ଟଙ୍କା ରୋଜଗାର ହେଉଥିବାବେଳେ କୋରୋନା ଯୋଗୁଁ ମାତ୍ର ୫୦ ପ୍ରତିଶତ ବ୍ୟବସାୟ ହେବା ସମ୍ଭବ ହେଉନଥିବା କହିଛନ୍ତି ବ୍ୟବସାୟୀ ।

ଇତିହାସ ପାଲଟିବ ଚଳିତବର୍ଷ ଦୀପାବଳୀ

ପ୍ରତ୍ୟକ ବର୍ଷ ଏହି ପର୍ବରେ ଘରେ ଘରେ କୁଣିଆ ମାନଙ୍କ ଭିଡ଼ ଜମିଥାଏ। ବଡ ରୋଷେଇ ସାଙ୍ଗକୁ ବେଶ ଧୁମଧାମରେ ଆଲୋକର ପର୍ବକୁ ପାଳନ କରିଥାଆନ୍ତି ସହରବାସୀ। ମାତ୍ର ଚଳିତବର୍ଷ ଦୀପାବଳୀକୁ ନିରାଡ଼ମ୍ବର ଭାବରେ ପାଳନ କରାଯିବ। ପରମ୍ପରା ବଜାୟ ରଖିବା ପାଇଁ ଘରେ ଦୀପ ଓ କାଉଁରିଆ ଜଳାଇ ବଡ଼ବଡିଆଙ୍କୁ ଡାକି ଦୀପାବଳୀ ପାଳିବେ ଲୋକେ । ବାଣ ଫୁଟାଇବା ପାଇଁ ଛୋଟ ଛୋଟ ପିଲାମାନେ ଏଥର ମନ ଉଣା କରିଛନ୍ତି । ତଥାପି ସ୍ଥିତିକୁ ଦେଖି ଏହି ପର୍ବକୁ ପାଳିବାକୁ ଅବିଭାବକମାନେ ପିଲାମାନଙ୍କୁ ବୁଝାଉଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details