କଟକ:ପୁଣି ପଦାରେ ପଡିଲା କଂଗ୍ରେସର ଅନ୍ତଃକନ୍ଦଳ । ମହମ୍ମଦ ମୋକିମ ଦଳରେ ଅଛନ୍ତି ନା ନାହାନ୍ତି ସମସ୍ତଙ୍କୁ ଅଗୋଚର ଥିବା କହିଲେ କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । କଂଗ୍ରେସର ଅନେକ କାର୍ଯ୍ୟକ୍ରମରେ ଯୋଗ ନଦେଇ ବିଜେଡି ଓ ବିଜେପିର କାର୍ଯ୍ୟକ୍ରମରେ ସେ ଅତିଥି ଭାବେ ଯୋଗ ଦେବା ପରେ ମୋକିମ ହାତ ଛାଡିବା ନେଇ ଚର୍ଚ୍ଚା ହେଉଛି ।
ଏନେଇ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର କହିଛନ୍ତି କି, ''ମୋକିମ କଂଗ୍ରେସରେ ଅଛନ୍ତି ନାଁ ନାହାନ୍ତି ତାହା ମଧ୍ୟ ସ୍ପଷ୍ଟ ନାହିଁ । ଯେବେ ସେ ରାଷ୍ଟ୍ରପତି ନିର୍ବାଚନରେ ବିପକ୍ଷ ଦଳକୁ ଭୋଟ ଦେଲେ ତାହା ପରଠୁ ତାଙ୍କ ଗତି କଣ ତାହା କାହାକୁ ଜଣା ନାହିଁ । ତାଙ୍କୁ ପିସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରାଯାଇଥିଲା । ବର୍ତ୍ତମାନ ସେ ଦଳରେ ଅଛନ୍ତି ନାଁ ନାହାନ୍ତି ତାହା ସମସ୍ତଙ୍କୁ ଅଗୋଚର । ପୂର୍ବରୁ ତାଙ୍କୁ କଟକରେ ଯେବେ ନଗର କଂଗ୍ରେସର ନୂଆ ସଭାପତି ଚୟନ ହେଲା ଓ ଅନେକ କାର୍ଯ୍ୟକ୍ରମକୁ ଡକାଗଲା ସେ ଆସିଲେନି ।''
''ସେଥିପାଇଁ ତାଙ୍କୁ ଏବେ କୌଣସି କାର୍ଯ୍ୟକ୍ରମକୁ ଡ଼କାଯାଉନାହିଁ । ଯଦି ମୋକିମ 2024 ପୂର୍ବରୁ ଦଳରୁ ଯାଉଛନ୍ତି ତେବେ ଦଳ ଉପରେ ମଧ୍ୟ କୌଣସି ପ୍ରଭାବ ପଡିବନି ବୋଲି ପରୋକ୍ଷରେ କହିଛନ୍ତି ସୁରେଶ ମହାପାତ୍ର । ଲୋକଙ୍କ ସହ ଅଛି କଂଗ୍ରେସ । ଯଦି ସେ ଯିବେ ତେବେ ଯାଆନ୍ତୁ । ଦଳ ପ୍ରଭାବିତ ହେବାର କୌଣସି ସମ୍ଭାବନା ନାହଁ ବୋଲି ତେରେଚ୍ଛା ବାଣ ମାରିଛନ୍ତି ସୁରେଶ ।''