କଟକ: ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ । ନିଜକୁ ରେଳବାଇ କର୍ମଚାରୀ କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଚାଉଳିଆଗଞ୍ଜ ଥାନାରେ ଏତଲା ହେଲା ପରେ ଏହି ନକଲି ରେଳବାଇ କର୍ମଚାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଖବରଅନୁସାରେ, ଗତ 1 ତାରିଖରେ ଥାନାରେ ହୋଇଥିବା ଏତଲା ଅନୁସାରେ, ବଳରାମ ବେହେରା ନାମକ ବ୍ୟକ୍ତି ନିଜକୁ ରେଳବାଇ କର୍ମଚାରୀ କହି ସୌମେନ୍ଦ୍ର ନାଥ ଷଡ଼ଙ୍ଗୀ ନାମକ ବ୍ୟକ୍ତିଙ୍କୁ ସଚିବାଳୟରେ ଏକ କ୍ଳରିକାଲ ଚାକିରୀ କରାଇବା ବାହାନାରେ ଲକ୍ଷାଧିକ ଟଙ୍କା ମାଗିଥିଲେ । ଏହିକ୍ରମରେ ସୌମେନ୍ଦ୍ର ଇଂଷ୍ଟେଲମେଣ୍ଟ ଜରିଆରେ 1 ଲକ୍ଷ 60 ହଜାର ପୈଠ କରିଥିଲେ । ଟଙ୍କା ପାଇବା ପରେ ଫୋନ ବନ୍ଦ କରି ଭଡା ଘରୁ ଚମ୍ପଟ ମାରିଥିଲେ ନକଲି ରେଳବାଇ କର୍ମଚାରୀ ।
ନକଲି ଆଇକାର୍ଡରେ ଅସଲି ଲୁଟ, ଜଣେ ଗିରଫ - cuttack fraud news
ବଳରାମ ବେହେରା ନାମକ ବ୍ୟକ୍ତି ନିଜକୁ ରେଳବାଇ କର୍ମଚାରୀ କହି ସୌମେନ୍ଦ୍ର ନାଥ ଷଡ଼ଙ୍ଗୀ ନାମକ ବ୍ୟକ୍ତିଙ୍କୁ ସଚିବାଳୟରେ ଏକ କ୍ଳରିକାଲ ଚାକିରୀ କରାଇବା ବାହାନାରେ ଲକ୍ଷାଧିକ ଟଙ୍କା ଲୁଟ କରିଛନ୍ତି । ଅଧିକ ପଢନ୍ତୁ...
![ନକଲି ଆଇକାର୍ଡରେ ଅସଲି ଲୁଟ, ଜଣେ ଗିରଫ ନକଲି ଆଇକାର୍ଡରେ ଅସଲି ଲୁଟ, ଜଣେ ଗିରଫ](https://etvbharatimages.akamaized.net/etvbharat/prod-images/768-512-11738567-356-11738567-1620837659690.jpg)
ନକଲି ଆଇକାର୍ଡରେ ଅସଲି ଲୁଟ, ଜଣେ ଗିରଫ
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ