କଟକ: ପୋଲିସ ମହାନିର୍ଦେଶକ ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭିନ୍ନ ପ୍ରସଙ୍ଗ ଉପରେ ହେଲା ଆଲୋଚନା । ବିଶେଷକରି ଆସୁଥିବା ବାତ୍ୟା ‘ଆମ୍ଫାନ’ର ପ୍ରସ୍ତୁତି, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରର ସୁରକ୍ଷା ଓ ପ୍ରାବସୀ ଓଡ଼ିଆଙ୍କ ଘର ବାହୁଡା ପ୍ରସଙ୍ଗ ଇତ୍ୟାଦି ଉପରେ ହେଲା ସମୀକ୍ଷା ବୈଠକ । ଏହାସହ ଯେଉଁ ପ୍ରବାସୀମାନେ ଓଡିଶାରୁ ଯାଉଛନ୍ତି ସେମାନଙ୍କୁ କିପରି ସୀମାରେ ସୁରକ୍ଷାର ସହ ପହଞ୍ଚାଇ ଦିଆଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏପରିକି ମହାମାରୀ କୋରୋନାର କାୟା ସମୟରେ କର୍ତ୍ତବ୍ୟରତ ପୋଲିସ ଅଧକାରୀଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ପିପିଇ ଓ ମାସ୍କ ଯୋଗାଣ, ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ ଶେଷରେ ପୋଲିସ କର୍ମଚରୀଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଓ ସେମାନଙ୍କ ପାଇଁ ପ୍ରତିଶୋଧକ ଵ୍ୟଵସ୍ଥା ବିଷୟରେ ମଧ୍ୟ ବିଶେଷ ଭାବରେ ଆଲୋଚନା ହୋଇଛି ।