କଟକ: ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଘଟଣା। ଯୁବତୀ ଜଣଙ୍କ ଆପହରଣକାରୀଙ୍କ ଠାରୁ ଖସି ଆସିବା ଓ ଗଣମାଧ୍ୟମ ସାମ୍ନାରେ ଚାଞ୍ଚଲ୍ୟକର ବୟାନ ପ୍ରସଙ୍ଗରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକାରୀ ରାଧାବିନୋଦ ପାଣିଗ୍ରାହୀ।
ଉକ୍ତ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୀଡିତାଙ୍କ କହିବା ମୁତାବକ 5 ଜଣ ଯୁବକ ତାଙ୍କୁ ଅପହରଣ କରିଥିଲେ। ତେବେ ଅନ୍ୟ ଯେଉଁମାନେ ଫେରାର ଅଛନ୍ତି ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ଆରକ୍ଷୀ ଅଧିକାରୀ । 5 ଜଣ ଯୁବକ କିପରି ଯୁବତୀଙ୍କୁ ଅପହରଣ କଲେ କେଉଁ ଗାଡି ବ୍ୟବହାର କଲେ ସେ ସବୁର ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଅଭିଯୁକଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।