ଓଡିଶା

odisha

ETV Bharat / state

ନଭେମ୍ବର ୨୫ ଯାଏଁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ବଳବତ୍ତର - high court interim order

କୋରୋନା ପାଇଁ ଅଦାଲତ କାର୍ଯ୍ୟ ସଠିକ ଭାବେ ଚାଲି ପାରୁ ନଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିପାଇଁ ନଭେମ୍ବର ୨୫ ଯାଏଁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ବଳବତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

interim order is valid until November 25
ନଭେମ୍ବର ୨୫ ଯାଏଁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଧେଶ ବଳବତ୍ତର

By

Published : Oct 16, 2020, 6:23 PM IST

କଟକ: ହାଇକୋର୍ଟରୁ ଆସିଲା ଆଶ୍ବସ୍ତିକର ଖବର। ପୁର୍ବରୁ ଥିବା ମଧ୍ୟବର୍ତ୍ତୀକାଳୀନ ଅଦାଲତ ନିର୍ଦ୍ଦେଶାନାମା ନଭେମ୍ବର ୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ମଧ୍ୟବର୍ତିକାଳୀନ ଜାମିନ ଗୁଡ଼ିକ ନଭେମ୍ବର ୨୫ ପର୍ଯ୍ୟନ୍ତ ସଂମ୍ପ୍ରସାରିତ ହୋଇଛି। ଉଭୟ ସିଭିଲ ଓ କ୍ରିମିନାଲ ମାମଲାରେ ହାଇକୋର୍ଟଙ୍କ ଏହି ନିର୍ଦ୍ଧେଶନାମା ଲାଗୁ ହେବ।

ସାରା ରାଜ୍ୟରେ ଥିବା ବିଭିନ୍ନ ପ୍ରକାର ଅଦାଲତ, ଟ୍ରିବୁନାଲ ଓ କ୍ବାସି ଜୁଡିସିଆଲ ଫୋରମର ମଧ୍ୟବର୍ତିକାଳୀ ନିର୍ଦ୍ଦେଶନାମା ଗୁଡ଼ିକ ଜୁଲାଇ ୧୫ ଓ ପରେ ଅଗଷ୍ଟ ୩୧ ଏବଂ ତାପରେ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବଳଵତ୍ତର ରହିବ ବୋଲି ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଆଜି(ଶୁକ୍ରବାର) ନଭେମ୍ବର ୨୫ ଯାଏଁ ବୃଦ୍ଧି କରିଛନ୍ତି ଅଦାଲତ।

କୌଣସି ପ୍ରକାର ରହିତାଦେଶ ଓ ମଧ୍ୟବର୍ତ୍ତୀ ନିର୍ଦ୍ଦେଶର ଅବଧି ଲକଡାଉନ ପିରିଅଡ଼ ମଧ୍ୟରେ ଶେଷ ହେଉଥିଲେ ମଧ୍ୟ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶାନାମା ନଆସିବା ପର୍ଯ୍ୟନ୍ତ ଏହା ନଭେମ୍ବର ୨୫ ପର୍ଯ୍ୟନ୍ତ ପରିବର୍ଦ୍ଧିତ ହେଵ ବୋଲି ହାଇକୋର୍ଟ କହିଛନ୍ତି। ରାଜ୍ୟ ସରକାର, ସରକାରଙ୍କ କୌଣସି ବିଭାଗ, ମ୍ୟୁନିସପାଲ କର୍ପୋରେସନ ଓ ଗ୍ରାମପଞ୍ଚାୟତ କୌଣସି ପ୍ରକାର ଜବର ଦଖଲ ଉଚ୍ଛେଦ କିମ୍ବା ଭଙ୍ଗା କାର୍ଯ୍ୟ ନଭେମ୍ବର ୨୫ ପର୍ଯ୍ୟନ୍ତ କରିପାରିବେ ନାହିଁ।

ଏହାସହ କୌଣସି ବ୍ୟାଙ୍କ ଏହି ନିର୍ଦ୍ଦିଷ୍ଟ ତାରିଖ ପର୍ଯ୍ୟନ୍ତ କୌଣସି ସମ୍ପତ୍ତିର ନିଲାମ ମଧ୍ୟ କରିପାରିବେ ନାହିଁ। କୋରୋନା ପାଇଁ ଅଦାଲତ କାର୍ଯ୍ୟ ସଠିକ ଭାବେ ଚାଲି ପାରୁ ନଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କିନ୍ତୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ କ୍ବାଟର ଛାଡିବା ପ୍ରସଙ୍ଗରେ ସରକାର ଆଇନ ଅନୁଯାୟୀ କାର୍ଯନୁଷ୍ଠାନ ଗ୍ରହଣ କରି ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଚିଭି ଭାରତ

ABOUT THE AUTHOR

...view details