ଓଡିଶା

odisha

By

Published : Oct 27, 2020, 8:57 PM IST

ETV Bharat / state

କଟକରେ ଶାନ୍ତିଶୃଙ୍ଖଳାର ସହ ଶେଷ ହେଲା ଭସାଣ ଉତ୍ସବ

ମେଳାଣୀ ନେଲେ ମା' ଜଗତଜନନୀ । କଟକରେ ଶାନ୍ତିଶୃଙ୍ଖଳାର ସହ ପାଳନ ହୋଇଛି ମା'ଙ୍କ ଭସାଣ ଉତ୍ସବ । ଅଧିକ ପଢନ୍ତୁ...

କଟକରେ ଶାନ୍ତିଶୃଙ୍ଖଳାର ସହ ଶେଷହେଲା ଭସାଣ ଉତ୍ସବ
କଟକରେ ଶାନ୍ତିଶୃଙ୍ଖଳାର ସହ ଶେଷହେଲା ଭସାଣ ଉତ୍ସବ

କଟକ: ସରିଲା କଟକର ପ୍ରସିଦ୍ଧ ଦଶହରା । ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା' ଜଗତଜନନୀ । ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ମା'ଙ୍କ ବିସର୍ଜନ ପ୍ରକ୍ରିୟା ।

କଟକରେ ଶାନ୍ତିଶୃଙ୍ଖଳାର ସହ ଶେଷ ହେଲା ଭସାଣ ଉତ୍ସବ

କୋରୋନା କଟକଣାକୁ ଅନୁସରଣ କରାଯାଇ ପାଳନ ହୋଇଛି ଦଶହରା ପୂଜା । ସେହିପରି କଟକଣା ମଧ୍ୟରେ ମା'ଙ୍କୁ ମେଲାଣି ଦିଆଯାଇଛି । ସହରର ସମସ୍ତ 14ଟି ମେଢକୁ କୃତ୍ରିମ ପୋଖରୀରେ ବିସର୍ଜନ କରାଯାଇଛି । ପ୍ରତ୍ୟେକ ମେଢ ପ୍ରତି 7 ଜଣ ଲୋକଙ୍କୁ ନିୟୋଜିତ କରିବାକୁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ ମାଙ୍କ ବିସର୍ଜନ ପର୍ବ ପାଳନ କରାଯାଇଛି । ଅନ୍ୟପଟେ ସହରର ସମସ୍ତ ମେଢ ଶାନ୍ତିଶୃଙ୍ଖଳାର ସହ ବିସର୍ଜନ କରାଯାଇଥିବାରୁ ସହରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି କଟକ ଡିସିପି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details