କଟକ: ଲକଡାଉନ କାରଣରୁ ଛାତ୍ର ଛାତ୍ରୀ ସ୍କୁଲ ଫି, ଆଡମିଶନ ଫି ଇତ୍ୟାଦି ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଘରୋଇ ବିଦ୍ୟାଳୟକୁ ଅନୁରୋଧ କରିଥିଲେ । କିନ୍ତୁ ବିଭିନ୍ନ ଆଳ ଦେଖାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍କୁଲ ଫି ଆଦାୟ କରୁଥିଲେ । ଏନେଇ ଅଭିଭାବକ ମହାସଙ୍ଘ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲାର ରୁଜୁ କରାଯାଇଥିଲା ।
ଲକଡାଉନ ସମୟରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଇ-କ୍ଳାସ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ସ୍କୁଲର ଆଇଡି ଓ ପାସ ୱାର୍ଡ ଯୋଗାଇ ଦେବା ସହ ବର୍ଦ୍ଧିତ ସ୍କୁଲ ଫି ପ୍ରତ୍ୟାହାର ଓ ୪ ମାସର ସ୍କୁଲ ଫି ଛାଡ଼ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।