କଟକ: ମାଟ୍ରିକ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ବୋର୍ଡ ସଭାପତି ସତ୍ୟକାମ ମିଶ୍ର। ଏହି ନିଷ୍ପତ୍ତି ଅତି ତରବରିଆ ଭାବରେ ନିଆଯାଇଛି। ଯାହାକି ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି । ପରୀକ୍ଷା ବାତିଲ କରି ପ୍ରିଟେଷ୍ଟ ଆଧାରରେ କିପରି ଫଳ ପ୍ରକାଶ ପାଇବ ସେନେଇ ଆଶଙ୍କା ପ୍ରକଟ କରିଛନ୍ତି ପୂର୍ବତନ ବୋର୍ଡ ସଭାପତି ସତ୍ୟକାମ ମିଶ୍ର।
ମାଟ୍ରିକ ପରୀକ୍ଷା ବାତିଲକୁ ପୂର୍ବତନ ବୋର୍ଡ ସଭାପତିଙ୍କ ନାପସନ୍ଦ, କହିଲେ ତରବରିଆ ନିଷ୍ପତ୍ତି - ମାଟ୍ରିକ ପରୀକ୍ଷା ବାତିଲକୁ ପୂର୍ବତନ ବୋର୍ଡ ସଭାପତିଙ୍କ ନାପସନ୍ଦ
ମାଟ୍ରିକ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ବୋର୍ଡ ସଭାପତି ସତ୍ୟକାମ ମିଶ୍ର । କହିଲେ ମେଧାବୀ ଛାତ୍ରଛାତ୍ରୀଙ୍କ ଉପରେ ପଡିପାରେ ପ୍ରଭାବ । ଅଧିକ ପଢନ୍ତୁ...
ବାତିଲ ପରଠାରୁ ଅନେକ ସ୍କୁଲ ଅସାଧୁ ଉପାୟ ଅବଲମ୍ବନ କରି ମୂଲ୍ୟାୟନ କରିବାର ଆଶଙ୍କା କରିଛନ୍ତି ସେ । ଯାହାକି ମେଧାବୀ ଛାତ୍ରଛାତ୍ରୀଙ୍କ ଉପରେ ଗୁରୁତର ଭାବରେ ପ୍ରଭାବ ପକାଇପାରେ। କେବଳ ପୁନଃବାର ପରୀକ୍ଷା କରିବା ବ୍ୟତୀତ ଅନ୍ୟ କୌଣସି ବାଟ ନଥିବା ସେ ସ୍ପଷ୍ଟ କରିଛନ୍ତି। ସେହିପରି ମାଟ୍ରିକ ପରୀକ୍ଷାକୁ ଦୁଇ ଦିନ ଭିତରେ କରାଯାଇ ପାରିବା ନେଇ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ସେହିପରି ସେ କହିଛନ୍ତି ୫୦ ମାର୍କ ବିଶିଷ୍ଟ ପରୀକ୍ଷା କରାଯାଇପାରିବ। ପ୍ରତ୍ୟକ ଦିନ ୩ ଟି ସିଟିଂରେ ୩ ଟି ବିଷୟ ପରୀକ୍ଷା ନିଜ ସ୍କୁଲରେ କରାଯାଇପାରିବ। ସାମାଜିକ ଦୂରତା ବଜାୟ ରଖି ନିଜ ସ୍କୁଲରେ ପରୀକ୍ଷା କରାଯାଇପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି। ଏଭଳି ହେଲେ ଛାତ୍ରଛାତ୍ରୀମାନଙ୍କ ପାଇଁ ଭଲ ହେବ ବୋଲି ପୂର୍ବତନ ବୋର୍ଡ ସଭାପତି କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ