ଓଡିଶା

odisha

ETV Bharat / state

ତୀବ୍ର ହେଉଛି ଚାଷୀ ଆନ୍ଦୋଳନ, ସମସ୍ତ ଟୋଲ ଗେଟରେ ମାଗଣାରେ ଯାଉଛି ଭାରିଯାନ

କେନ୍ଦ୍ରରେ ପାରିତ ହୋଇଥିବା ଚାଷୀ ବିଲକୁ ବିରୋଧ କରି ଶନିବାର ଦେଶବ୍ୟାପି ଟୋଲ ଫ୍ରି ଆନ୍ଦୋଳନ କରୁଛନ୍ତି ଅନେକ କୃଷକ ସଙ୍ଗଠନ। ଅଧିକ ପଢନ୍ତୁ...

By

Published : Dec 12, 2020, 2:56 PM IST

ତୀବ୍ର ହେଉଛି ଚାଷୀ ଆନ୍ଦୋଳନ, ସମସ୍ତ ଟୋଲ ଗେଟରେ ମାଗଣାରେ ଯାଉଛି ଭାରିଯାନ
ତୀବ୍ର ହେଉଛି ଚାଷୀ ଆନ୍ଦୋଳନ, ସମସ୍ତ ଟୋଲ ଗେଟରେ ମାଗଣାରେ ଯାଉଛି ଭାରିଯାନ

କଟକ: ତୀବ୍ର ହେଉଛି ଚାଷୀ ଆନ୍ଦୋଳନ। କେନ୍ଦ୍ରରେ ପାରିତ ହୋଇଥିବା ଚାଷୀ ବିଲକୁ ବିରୋଧ କରି ଆଜି (ଶନିବାର) ଦେଶବ୍ୟାପି ଟୋଲ ଫ୍ରି ଆନ୍ଦୋଳନ କରୁଛନ୍ତି ଅନେକ କୃଷକ ସଙ୍ଗଠନ। ଅର୍ଥାତ ଦେଶରେ ଯେତେ ଟୋଲ ଗେଟ ରହିଛି ସେହି ସ୍ଥାନରେ କୃଷକ ସଙ୍ଗଠନ ଆନ୍ଦୋଳନ ପନ୍ଥା ଆପଣାଇ ଯେଉଁ ଭାରି ଯାନ ଟୋଲ ଦେଇ ଅତିକ୍ରମ କରୁଛି, ତାହା ସମ୍ପୂର୍ଣ ମାଗଣାରେ ଯାଇ ପାରୁଛି ।

ତୀବ୍ର ହେଉଛି ଚାଷୀ ଆନ୍ଦୋଳନ, ସମସ୍ତ ଟୋଲ ଗେଟରେ ମାଗଣାରେ ଯାଉଛି ଭାରିଯାନ

କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ପାଇଁ ଏପରି ପନ୍ଥା ଆପଣାଇଛି ଅନେକ କୃଷକ ସଙ୍ଗଠନ। ତେବେ କଟକର ମଙ୍ଗୁଳି ଟୋଲ ଗେଟ ନିକଟରେ ସମାନ ଧରଣର ଆନ୍ଦୋଳନର ଦୃଶ୍ୟ ସାମ୍ନାକୁ ଆସିଛି। ସମସ୍ତ ଗାଡିକୁ ମାଗଣାରେ ଟୋଲ ଗେଟରେ ଛଡାଯାଉଛି। ଯାହା ଦ୍ବାରା କୃଷକ ମାନଙ୍କ ଦାବି ପୂର୍ଣ୍ଣ ହେବାର ଆଶା ଉଜୀବିତ ହେଉଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details