ଓଡିଶା

odisha

ETV Bharat / state

ଋଣ ସୁଝି ପାରିଲେନି ସାଂସଦ ଅନୁଭବଙ୍କ ଭାଇ ଅନୁପ୍ରାସ, ଜମିକୁ ବ୍ୟାଙ୍କ ଦଖଲକୁ ନେବାବେଳେ ଉତ୍ତେଜନା - ଅନୁପ୍ରାସଙ୍କ ଜମି ବ୍ୟାଙ୍କ ଦଖଲକୁ ନେବାବେଳେ ଉତ୍ତେଜନା

ବ୍ୟାଙ୍କ ଋଣ ସୁଝି ନପାରିବାରୁ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଜମି ଦଖଲ କରିବାକୁ ଯାଇଥିଲେ ବ୍ୟାଙ୍କ କର୍ମଚାରୀ ।ହେଲେ ଏହି ଜମି ସାଂସଦଙ୍କ ଭାଇଙ୍କର ନୁହେଁ, ବରଂ ନେତାଜୀ ସଙ୍ଘର ବୋଲି କହି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

ଋଣ ଆଣି ସୁଝି ପାରିଲେନି ସାଂସଦ ଅନୁଭବଙ୍କ ଭାଇ ଅନୁପ୍ରାସ
ଋଣ ଆଣି ସୁଝି ପାରିଲେନି ସାଂସଦ ଅନୁଭବଙ୍କ ଭାଇ ଅନୁପ୍ରାସ

By ETV Bharat Odisha Team

Published : Sep 8, 2023, 7:10 PM IST

ଋଣ ଆଣି ସୁଝି ପାରିଲେନି ସାଂସଦ ଅନୁଭବଙ୍କ ଭାଇ ଅନୁପ୍ରାସ

କଟକ: ବ୍ୟାଙ୍କ ଋଣ ସୁଝି ନପାରିବାରୁ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଜମି ଦଖଲ ବେଳେ ଉତ୍ତେଜନା । କଟକ ସେଲ୍‌ଟର ଛକସ୍ଥିତ ନେତାଜୀ ନଗରରେ ଥିବା ଏକ ଜମିକୁ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ ଆରମ୍ଭ କରିଛି ଅର୍ବାନ କୋ ଅପରେଟିଭ ବ୍ୟାଙ୍କ । ୨୦୧୩ ମସିହାରେ ସମ୍ପୃକ୍ତ ଜମିକୁ ବନ୍ଧକ ରଖି ଗଣ୍ଡରପୁର ଅର୍ବାନ ବ୍ୟାଙ୍କ ବ୍ରାଞ୍ଚରୁ ଅନୁପ୍ରାସ ୫୬ ଲକ୍ଷ ଟଙ୍କା ଋଣ ନେଇଥିଲେ । କିନ୍ତୁ ଋଣ ନେଇ ବ୍ୟାଙ୍କ କିସ୍ତି ଦେବାରେ ଖିଲାପି କରିବାରୁ ଏନେଇ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ ପରେ ମଧ୍ୟ ଅନୁପ୍ରାସ ଟଙ୍କା ପୈଠ କରି ନଥିଲେ । ଫଳସ୍ବରୂପ ଆଜି ସଂପୃକ୍ତ ଜମିକୁ ଦଖଲକୁ ନେବାକୁ ବ୍ୟାଙ୍କ ପକ୍ଷରୁ ଉଦ୍ୟମ ହୋଇଥିବାବେଳେ ସେଠାରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି । ଠେଲାପେଲାରେ କିଛି ବ୍ୟାଙ୍କ କର୍ମଚାରୀ ଆହତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଜମିକୁ ଦଖଲକୁ ନେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ପହଞ୍ଚିଥିବାବେଳେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଜମିଟି ସ୍ଥାନୀୟ ନେତାଜୀ ସଂଘର ଦର୍ଶାଇ ବ୍ୟାଙ୍କ କର୍ମଚାରୀଙ୍କୁ ବିରୋଧ କରିଥିଲେ । ଏହାସହ ପୋଲିସ ଉପସ୍ଥିତିରେ ସେଠାରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିବା ସହ ଠେଲାପେଲା ହୋଇଥିଲା । ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଜମିକୁ ଦଖଲକୁ ନେଇନପାରି ଫେରିଯାଇଥିଲେ । ଏନେଇ ନେତାଜୀ ସଙ୍ଘ ସହସଂପାଦକ ଦେବାଶିଷ ରାୟ କହିଛନ୍ତି, "ଏହି ଜମି ଦୀର୍ଘ ୬୦ ବର୍ଷ ହେବ ନେତାଜୀ ସଙ୍ଘ ଦଖଲରେ ଅଛି । ଏନେଇ କୋର୍ଟରେ ମାମଲା ମଧ୍ୟ ଚାଲିଛି । ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତି ଜମିର କାଗଜ ପତ୍ର ଜାଲିଆତି କରି ବ୍ୟାଙ୍କରୁ ଋଣଆଣିଛନ୍ତି ।" ସେପଟେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସମବାୟ ସମିତିରେ ଋଣ ଅର୍ଥ ହେରଫେର, ଜିଲ୍ଲାପାଳଙ୍କୁ ଗୁହାରି କଲେ ଚାଷୀ

ତେବେ ଏହି ଘଟଣା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଏପରି ଘଟିଥିଲା । ବ୍ୟାଙ୍କ କର୍ମଚାରୀ ଉକ୍ତ ଜମିକୁ ଦଖଲ କରିବାକୁ ଯାଇଥିଲାବେଳେ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ପୋଲିସ ଉପସ୍ଥିତିରେ ଏପରି ଘଟିଥିଲା । ତେବେ ବାଧ୍ୟ ହୋଇ ପୋଲିସ ମଧ୍ୟରାତ୍ରିରେ ସାହିର ଅନେକ ଲୋକଙ୍କୁ ଉଠାଇ ନେଇଥିଲା । ଫଳରେ ପରିସ୍ଥିତି ଆହୁରି ଅଣାୟତ୍ତ ହୋଇପଡ଼ିଥିଲା । କାରଣ ସ୍ଥାନୀୟ ବାସିନ୍ଦା ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେତେବେଳେ ରାସ୍ତା ଅବରୋଧ କରିଥିଲେ । ପରିସ୍ଥିତି ବିଗିଡିବାରୁ ପୋଲିସ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲା ଓ ଉତ୍ତେଜନା କମିଥିଲା । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ଜମିକୁ ଚଞ୍ଚକତା କରି ଅନୁପ୍ରାସ ହାତେଇଛନ୍ତି । ଏହା କିନ୍ତୁ ନେତାଜୀ ସଂଘର ଜମି । ଦୀର୍ଘ ବର୍ଷ ଧରି ସାହି ବାସିନ୍ଦା ଏହାକୁ ବ୍ୟବହାର କରି ଆସୁଛନ୍ତି । ତେବେ ଏନେଇ କିନ୍ତୁ ଅନୁପ୍ରାସ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ବଡ଼କଥା ହେଉଛି ସାଂସଦଙ୍କ ଭାଇ ଅନୁପ୍ରାସ ଏହି ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ପ୍ରାୟ ୫୬ ଲକ୍ଷ ଟଙ୍କାର ଋଣ ଆଣିଥିଲେ । ହେଲେ ଏହାକୁ ସୁଝି ନପାରିବାରୁ ବ୍ୟାଙ୍କ ଏହି ଜମିକୁ ଦଖଲକୁ ନେବାକୁ ସବୁପ୍ରକାର ପଦକ୍ଷେପ ନେଉଥିବାବେଳେ ଏହା ସମ୍ଭବ ହୋଇପାରିନାହିଁ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details