ଓଡିଶା

odisha

ETV Bharat / state

ଉପକୂଳରେ ଉଜୁଡିଲାଣି ପାନ ଚାଷ, ପରିବାର ପୋଷଣ ଚିନ୍ତାରେ ଚାଷୀ - ଦୁର୍ଦ୍ଦିନରେ ପାନ ଚାଷୀ

ଉପକୂଳ ଓଡ଼ିଶାରେ ଉଜୁଡି ଯିବାକୁ ବସିଲାଣି ପାନଚାଷ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ପାନ ଚାଷ କରୁଛି । ହେଲେ ପାନ ବିକ୍ରି ହୋଇ ପାରୁନି କି ଚାଷୀର ପେଟ ପୁରୁନି । ଘରେ ତେଲ ଲୁଣ କିଣି ନପାରି ଉପସା ରହୁଛନ୍ତି ଚାଷୀ ପରିବାର । କାରଣ ବାତ୍ୟା ସାଙ୍ଗକୁ କୋରୋନା ମାଡ଼ ଭାଙ୍ଗି ସାରିଲାଣି ପାନ ଚାଷୀଙ୍କ ମେରୁଦଣ୍ଡ । ଅଧିକ ପଢନ୍ତୁ...

betel farmer
betel farmer

By

Published : Nov 10, 2021, 4:16 PM IST

ନିଆଳି: ଧାନ ଚାଷୀଙ୍କ ପାଇଁ କଲେ କାଳିଆ ଯୋଜନା, ହେଲେ ପାନ ଚାଷୀଙ୍କ ପାଇଁ କିଛି ନାହିଁ । ଶେଷରେ ଉପକୂଳ ଓଡ଼ିଶାରେ ଉଜୁଡି ଯିବାକୁ ବସିଲାଣି ପାନଚାଷ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ପାନ ଚାଷ କରୁଛି । ହେଲେ ପାନ ବିକ୍ରି ହୋଇ ପାରୁନି କି ଚାଷୀର ପେଟ ପୁରୁନି । ଘରେ ତେଲ ଲୁଣ କିଣି ନପାରି ଉପସା ରହୁଛନ୍ତି ଚାଷୀ ପରିବାର । କାରଣ ବାତ୍ୟା ସାଙ୍ଗକୁ କୋରୋନା ମାଡ଼ ଭାଙ୍ଗି ସାରିଲାଣ ପାନ ଚାଷୀଙ୍କ ମେରୁଦଣ୍ଡ । ଓଡିଶା ତଥା ଓଡିଶା ବାହାରେ ପ୍ରସିଦ୍ଧ ଲାଭ କରିଥିବା ନିଆଳି ପାନ ଏଵେ ଉଜୁଡି ଯିବାକୁ ବସିଛି। ସରକାରଙ୍କ ଠାରୁ ନା ମିଳୁଛି କିଛି ସହାୟତା ନା ପ୍ରୋତ୍ସାହନ । ଶେଷରେ ପାନ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ ।

ପରିବାର ପୋଷଣ ଚିନ୍ତାରେ ପାନ ଚାଷୀ
କଟକ ଜିଲ୍ଲାର ନିଆଳି, କଣ୍ଟାପଡ଼ା, ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା, ପୁରି ଜିଲ୍ଲାର ନୟାହାଟ, ପିପିଲି, କାକଟପୁର ଅଞ୍ଚଳରେ ରହିଛି ହଜାର ହଜାର ସଂଖ୍ୟାରେ ପାନ ବରଜ। ଆଉ ଏହା ଉପରେ ନିର୍ଭର କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି ଲକ୍ଷାଧିକ ଲୋକ। ମାତ୍ର ଫନି ବାତ୍ୟା ପରଠୁ ପ୍ରାକୃତିକ ବିପର୍ଯ୍ୟୟର ଭୟ, ଆଉ ତା’ ସାଙ୍ଗକୁ କୋରୋନା ପାନଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଗୋଟିଏ ପାନ ବରଜ ନିର୍ମାଣ କରିବାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ପାନ ବରଜ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ବାଉଁଶ,ପାଖୁଡି,କତା,ପିଡିଆ ଓ ଛଣର ଦରଦାମ ବୃଦ୍ଧି ଚାଷୀଙ୍କୁ କରି ଦେଇଛି ହତାସ । ହେଲେ ହଜାର ହଜାର ପାନ ଚାଷୀ ମାନଙ୍କ ଭବିଷ୍ୟତ ପାଇଁ ଆଜି ସୁଦ୍ଧା ସରକାରଙ୍କ ପକ୍ଷରୁ କୋୖଣସି ବିକଳ୍ପ ବ୍ୟବସ୍ଥା ସ୍ୱରୂପ ପାନ ବିକ୍ରୟ ପାଇଁ ବଜାର ସୁବିଧା କରିନାହାଁନ୍ତି । ନିଆଳି ଓ ଆଖପାଖ ଅଞ୍ଚଳର ପାନ ଚାଷୀ ନିଆଳି,କାଳିଆଘାଈ,ନୟାହାଟ,ଅଥଙ୍ଗା, ବନମାଳିପୁର ଓ ପିପିଲି ସାପ୍ତାହିକ ହାଟରେ ପାନ ବିକ୍ରି କରିଥାନ୍ତି। ନିଆଳିରେ ଗୁରୁବାର ଓ ରବିବାର ଦିନ ପାନ ହାଟ ବସେ। ବ୍ଯବସାୟୀମାନେ ଆସି ଚାଷୀଙ୍କ ଠାରୁ ପାନ କ୍ରୟ କରିଥାନ୍ତି। ଏହି ଅଞ୍ଚଳର ପାନ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇଥାଏ। ଏବଂ ଓଡ଼ିଶା ବାହାର ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ରାଜସ୍ଥାନ, ଗୁଜରାଟ ରାଜ୍ୟକୁ ମଧ୍ୟ ରପ୍ତାନି ହୋଇଥାଏ ନିଆଳି ପାନ । ବର୍ଷର ୮ ମାସ ପାନ ବିକ୍ରୀ ହୋଇଥାଏ ମାନ୍ଦା ଦରରେ। କେବଳ ଶୀତଋତୁରେ ପାନ ଦର ବୃଦ୍ଧି ହୋଇଥାଏ। କିନ୍ତୁ କୋରୋନା ଯୋଗୁଁ ପାନ ଏବେ ବଜାର ଦର ନାହିଁ। ପାନ ଏକ ହଜର ଦରରେ ବିଭିନ୍ନ ରେଟରେ ବିକ୍ରି ହୋଇଥାଏ। ଛୋଟ ପାନ ଓ ବଡ ପାନ ଭିନ୍ନ ଭିନ୍ନ ଦର ରହିଛି। ପାନ ଚାଷୀ ମାନଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତା ନ ଥିବା କାରଣରୁ ପାନ ଚାଷୀ ଜୀବନ, ଜୀବିକା ଉପରେ ସିଧା ପ୍ରଭାବ ପଡୁଛି।

ତେଣୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଉପକୂଳ ଜିଲ୍ଲାର ପାନଚାଷୀମାନଙ୍କ ପ୍ରତି ସରକାରଙ୍କ ପକ୍ଷରୁ ସୁବିଧା ଓ ସହଯୋଗ ଯୋଗାଇ ଦେଲେ ଲକ୍ଷାଧିକ ପାନ ଚାଷୀମାନଙ୍କ ଭବିଷ୍ୟତ ସୁଧୁରି ଯାଆନ୍ତା ବୋଲି ମତ ପ୍ରକାଶ ପାଇଛି।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details