teacher association protest କଟକ: 14 ଦଫା ଦାବି ନେଇ ମାଧ୍ୟମିକ ଶିକ୍ଷକ ସଂଘର ଧାରଣା । ଗତକାଲି(ବୁଧବାର) ଓଡ଼ିଶା ମାଧ୍ୟମିକ ଶିକ୍ଷ ସଂଘର ସଭାପତି ଭାବଗ୍ରାହି ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ କଟକ ଜିଲ୍ଲା ଶିକ୍ଷାମଣ୍ଡଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷା ମଣ୍ଡଳ ଅଧିକାରୀଙ୍କୁ ଅବଗତ କରାଯାଇଥିଲା ।
ତେବେ ଅନୁଦାନରୁ ବଞ୍ଚିତ ଯୋଗ୍ୟ ବିବେଚିତ ସ୍କୁଲ ମାନଙ୍କୁ ଅନୁଦାନ ପ୍ରଦାନ କରିବା, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷାକର୍ମୀ ମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ କରିବା, 600 ପାଖାପାଖି ବିଦ୍ୟାଳୟକୁ ୭ମ ବେତନ କମିଶନ ହାରରେ ଦରମା ପ୍ରଦାନ କରିବା, ପୁନଃ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀ କାରଣ କରିବା, ଅବସର ସମୟ ସୀମାକୁ 62କୁ ବୃଦ୍ଧି କରିବା, ଖାଲି ପଡ଼ିଥିବା ଶିକ୍ଷକ ପଦବୀକୁ ପୂରଣ କରିବା ଇତ୍ୟାଦି 14 ଦଫା ଦାବି ନେଇ ବିକ୍ଷୋଭ ସହ ଧାରଣା ଦିଆଯାଇଥିଲା । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ଦାବି ପୂରଣ ନହେଲେ ସାମୁହିକ ମାର୍ଚ୍ଚ 15ରୁ ଛୁଟିରେ ଯିବେ ଏନପିଏସ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ
ସେହିପରି ପୂର୍ବରୁ ଓଷ୍ଟା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ଯେ, ଅନେକ ସ୍କୁଲକୁ ସରକାରୀକରଣ କରିବା ଓ ୫୦୦୦ ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ପେନସନ ଯୋଗାଇବା ପାଇଁ ଦାବି କରାଯାଇଥିଲା । ଦାବି ପୂରଣ ନ ହେଲେ ଚଳିତ ମାସ ୯ ତାରିଖ ଦିନ ରାଜ୍ୟର ସମସ୍ତ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ କହିଥିଲେ । ତେବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନ, ଏପରିକି ବନ୍ୟା, ବାତ୍ୟା ଓ କୋରୋନା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଜନସାଧାରଣଙ୍କ ପାଖରେ ସହଭାଗୀ ହୋଇ ସଦାସର୍ବଦା ଦୃଢ ଭାବରେ ଛିଡା ହୋଇ ଆସିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ହେଲେ ଏଯାବତ ୨୫ ବର୍ଷ ଧରି ୧୯୪ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସରକାରୀ ଅନୁଦାନରୁ ବଞ୍ଚିତ ଥିବା ବେଳେ ୬୦୦ରୁ ଊର୍ଦ୍ଧ୍ବ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ୭ମ ବେତନରୁ ବଞ୍ଚିତ ହୋଇଛନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ଅନୁଦାନ ପାଇଁ ଓଷ୍ଟା ପକ୍ଷରୁ ଦାବି ହୋଇଛି ।
ଇଟିଭି ଭାରତ, କଟକ