କଟକ: ଖାଇବା ତେଲ ଖାରଖାନାରେ ପୋଲିସର ଚଢାଉ । ଶ୍ରୀ ଗଜାନନ ଇଣ୍ଡଷ୍ଟ୍ରୀ ନାମକ ଏକ ତେଲ କାରଖାନା ଉପରେ ଟାଙ୍ଗୀ ପୋଲିସ ଚଢାଉ କରିଛି । କାରଖାନାକୁ ସିଲ୍ କରିବା ସହ ମାଲିକକୁ ଅଟକ ରଖାଯାଇଛି । ବ୍ରାହ୍ମଣୀଗଡା ସାନ କେଶରପୁର ମୈଜାରେ ରହିଛି ଏହି ଇଣ୍ଡଷ୍ଟ୍ରୀ ।
ସାବଧାନ ! ଆପଣ ଏହି ତେଲ ଖାଉନାହାଁନ୍ତି ତ ? - tangi police raid on duplicate oil factory
ଖାଇବା ତେଲ କାରଖାନାରେ ଟାଙ୍ଗୀ ପୋଲିସର ଚଢାଉ । ନିମ୍ନ ମାନର ତେଲ ପ୍ରସ୍ତୁତ କରୁଥିବା ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...
ତେଲ କାରଖାନା ପୋଲିସର ଚଢାଉ
ସୂଚନା ଅନୁସାରେ, ଗତ କିଛି ଦିନ ହେବ ଏଠାରେ ନିମ୍ନମାନର ତେଲ ପ୍ରସ୍ତୁତ ଚାଲିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଗତ ଅକ୍ଟୋବର ମାସରେ ପୋଲିସ ପକ୍ଷରୁ ହୋଇଥିଲା ଚଢାଉ । କାଗଜପତ୍ର ଓ ତେଲର ମାନ ଯାଞ୍ଚ କରାଯାଇଥିଲା । ପରେ ନମୂନାକୁ ଯାଞ୍ଚ ପାଇଁ ଭୁବନେଶ୍ବର ଫରେନସିକ୍ ଲ୍ୟାବକୁ ପଠା ଯାଇଥିଲା । ଆଜି ରିପୋର୍ଟ ଆସିବା ପରେ ଚଢାଉ କରାଯାଇ ତଦନ୍ତ ଜାରି ରହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ