ଓଡିଶା

odisha

ନୂଆ ପରିଚୟ ପାଇବ ତାଳଦଣ୍ଡା କେନାଲ, ଜର୍ମାନୀ ଢାଞ୍ଚାରେ ହେଉଛି ନିର୍ମାଣ

By

Published : Mar 22, 2021, 7:07 PM IST

ବର୍ଷବର୍ଷ ଧରି ଯାହା ଦିନେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା, ଏବେ କିନ୍ତୁ ଏହି କେନାଲର ଲୁକ ବଦଳିବାକୁ ଯାଉଛି । ଜର୍ମାନୀ ଟେକ୍ନୋଲଜିରେ ନିର୍ମାଣ ହେଉଛି କେନାଲ। ଅଧିକ ପଢନ୍ତୁ...

ନୂଆ ପରିଚୟ ପାଇବ ତାଳଦଣ୍ଡା କେନାଲ
ନୂଆ ପରିଚୟ ପାଇବ ତାଳଦଣ୍ଡା କେନାଲ

କଟକ: ସିଲଭରସିଟି ଉପରେ ରାଜ୍ୟ ସରକାରଙ୍କ ନଜର । ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ପ୍ରକଳ୍ପର ଶୁଭାରମ୍ଭ ସହ ଅନେକ ପ୍ରକଳ୍ପର ନିର୍ମାଣ କାମ ଶେଷ କରିବାକୁ ଜାରି ରଖିଛନ୍ତି ପ୍ରୟାସ । ଏହାରି ଭିତରେ ସବୁଠୁ ଆଗରେ ରହିଛି ତାଳଦଣ୍ଡା କେନାଲ ।

ନୂଆ ପରିଚୟ ପାଇବ ତାଳଦଣ୍ଡା କେନାଲ, ଜର୍ମାନୀ ଢାଞ୍ଚାରେ ହେଉଛି ନିର୍ମାଣ

ଯାହା ବର୍ଷବର୍ଷ ଧରି ଜରାଜୀର୍ଣ୍ଣ ଢଙ୍ଗରେ ପଡି ରହିଥିଲା । ହେଲେ ବର୍ତ୍ତମାନ ଏହି କେନାଲର ଲୁକ ବଦଳିବାକୁ ଯାଉଛି । ଜର୍ମାନୀ ଟେକ୍ନୋଲିଜିରେ ନିର୍ମାଣ ହେଉଛି କେନାଲ । ନା ମାଟି ଖସିବ, ନା ଜଳ ପ୍ରବାହରେ ହେବ ଅସୁବିଧା। ସବୁ ଦିଗରେ ହସି ଉଠିବ ଏହି ସର୍ବ ପୁରାତନ ତାଳଦଣ୍ଡା କେନାଲ । ନୂଆ ଲୁକ ଦିଗରେ ସିଲଭରସିଟିର ସର୍ବପୁରାତନ ତାଳଦଣ୍ଡା କେନାଲ । ଜର୍ମାନୀ ଟେକ୍ନୋଲୋଜିରେ ଜାରି ରହିଛି ନିର୍ମାଣ କାମ । ଅତ୍ୟାଧୁନିକ ଜ୍ଞାନ କୌଶଳ ଆଧାରରେ କେନାଲର ଲୁକ ହେବ ପରିବର୍ତ୍ତନ । ଗୋଟିଏ ପଟେ ଦୁଇ ପାର୍ଶ୍ଵରୁ ମାଟି ଖସିବା ଉପରେ ଲାଗିବ ରୋକ ।

ଏହାଛଡା ପାଣି ପ୍ରବାହରେ ମଧ୍ୟ ଅସୁବିଧା ଉପୁଜିବ ନାହିଁ। ଯାହାଦ୍ବାରା କଟକର ସ୍ଵତନ୍ତ୍ରତା ଦ୍ବିଗୁଣିତ ହେବ । ପୂର୍ବରୁ ରାସ୍ତା କେନେଲ, ରାସ୍ତା ପ୍ରଶସ୍ତିକରଣ, ଅଲୋକିକରଣ କରିବା ପରେ ପୁଣି କେନାଲକୁ ନୂଆ ରୂପ ଦେବାରେ ବ୍ୟସ୍ତ ଅଛନ୍ତି ରାଜ୍ୟ ସରକାର । ତେବେ ଏହି ପ୍ରୋଜେକ୍ଟ କଟକର ପର୍ଯ୍ୟଟନକୁ ମଧ୍ୟ ବିକାଶ କରିବ । କାରଣ ଏହି କେନାଲରେ ବୋଟିଂ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ । ଯାହାଦ୍ବାରା କଟକର ଶୋଭା ଆହୁରି ବୃଦ୍ଧି ପାଇବ ।

ଅନ୍ୟପଟେ ଏହି ବିକାଶ ମୂଳକ କାର୍ଯ୍ୟକୁ ବେଶ ଆଦରେଇ ନେଇଛନ୍ତି କଟକିଆ । କାରଣ କଟକ ପାଇଁ ଗୋଟିଏ ପରେ ଗୋଟିଏ ବୃହତ ପ୍ରକଳ୍ପର ପେଡି ଖୋଳୁଛନ୍ତି ସରକାର । ପ୍ରଥମେ ଏସସିବି ବଡ଼ ମେଡିକାଲକୁ ଏମ୍ସ ପ୍ଲସ ରୂପ , ଏହାପରେ ନେତାଜୀ ବସ ଟର୍ମିନାଲ ଓ ବର୍ତ୍ତମାନ ତାଳଦଣ୍ଡା କେନାଲକୁ ନୂଆ ରୂପ ଦେବାରେ ବ୍ୟସ୍ତ ସରକାର ।

ତେବେ ରାଜ୍ୟ ସରକାରଙ୍କ ଏହି ଯୋଜନା କଟକିଆଙ୍କ ମୁଁହରେ ଦେଇଛି ଖୁସି ଓ ଆନନ୍ଦ । କାରଣ ଅନେକ ବର୍ଷ ଧରି ଏହି କେନାଲ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା । ସରକାର ଏହି ଦିଗରେ ଯୋଜନା କରିବା ପରେ ଜର୍ମାନୀ ଟେକ୍ନୋଲୋଜି ଜରିଆରେ ଆରମ୍ଭ ହୋଇଯାଇଛି ନିର୍ମାଣ କାମ । ଯାହା କଟକିଆଙ୍କ ଆନନ୍ଦକୁ ଆହୁରି ବୃଦ୍ଧି କରିଦେଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details