ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ୍, ଟ୍ୱିନ୍ ସିଟିରେ ହେବ ଟେବୁଲ ଟେନିସ ଇଣ୍ଡୋର ଷ୍ଟାଡିୟମ - ଟୁଇନ ସିଟିରେ ହେବ ଟେବୁଲ ଟେନିସ ଇଣ୍ଡୋର ଷ୍ଟାଡିଅମ

କଟକ ଓ ଭୁବନେଶ୍ବରରେ ନିର୍ମାଣ ହେବ ଇଣ୍ଡୋର ଷ୍ଟାଡିୟମ । ସରକାରଙ୍କ ପକ୍ଷରୁ ପ୍ରତିଶୃତି ମିଳିଥିବା ନେଇ ରାଜ୍ୟ ସଙ୍ଘ ସଭାପତି ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Table Tennis Indoor Stadium
Table Tennis Indoor Stadium

By

Published : Aug 16, 2023, 4:04 PM IST

Table Tennis Indoor Stadium

କଟକ: ଟ୍ୱିନ୍ ସିଟିରେ ବଢୁଛି ଟେବୁଲ ଟେନିସ କ୍ରେଜ । କଟକ ଓ ଭୁବନେଶ୍ବରରେ ନିର୍ମାଣ ହେବ ଇଣ୍ଡୋର ଷ୍ଟାଡିୟମ । ଯେଉଁଠି କେବଳ ଟେବୁଲ ଟେନିସ କ୍ରୀଡା ଆୟୋଜନ ଓ ପ୍ରଶିକ୍ଷଣ ଆଦି କରାଯିବ । ଏନେଇ ସରକାରଙ୍କ ପକ୍ଷରୁ ପ୍ରତିଶୃତି ମିଳିଥିବା ନେଇ ରାଜ୍ୟ ସଙ୍ଘ ସଭାପତି ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ କହିଛନ୍ତି ।

ତେବେ ଏହି କ୍ରୀଡା ବିଶେଷ ଭାବରେ ବ୍ୟୟ ବହୁଳ ହୋଇ ନ ଥିବା ବେଳେ ଏହାର ଅଧିକ ବିକାଶ କରିବା ପାଇଁ ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ କ୍ରୀଡା ବିଭାଗ। ଯଦି ଦେଖିବା ବର୍ତ୍ତମାନ ରାଜ୍ୟର ସମସ୍ତ ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ କରୁଛନ୍ତି ରାଜ୍ୟ ସରକାର। ଏହାରି ଭିତରର କଟକ ଓ ଭୁବନେଶ୍ୱର ସର୍ବଦା ଖେଳ ପ୍ଲାଟଫର୍ମ ପାଇଁ ଉତ୍ତମ ବାତାବରଣ ରହିଥିବାରୁ ଏହି ଦୁଇଟି ସହରରେ ଦୁଇଟି ଇଣ୍ଡୋର ନିର୍ମାଣ ହେବ। ଯାହା କେବଳ ଟେବୁଲ ଟେନିସ ପାଇଁ ଉଦ୍ଦିଷ୍ଟ ରହିବ। ଏହି ସେଣ୍ଟରରେ ଖେଳାଳିମାନେ ପ୍ରଶିକ୍ଷଣ ନେବା ସହ ରାଜ୍ୟ , ଜାତୀୟ ଆନ୍ତର୍ଜାତିକ ସ୍ତରର ମ୍ୟାଚ ମଧ୍ୟ ଅନୁଷ୍ଠିତ ହେବ ।

ସେହିପରି ରାଜ୍ୟରେ ବର୍ତ୍ତମାନ ଟେବୁଲ ଟେନିସକୁ ନେଇ ଖେଳାଳି ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି। କାହିଁକି ନା ଜିଲ୍ଲା ସ୍ଥରରେ ଅନେକ ଦକ୍ଷ ଖେଳାଳି ରହିଛନ୍ତି। ସେମାନଙ୍କୁ ଭଲ ପ୍ରଶିକ୍ଷଣ ମିଳିଲେ ସେମାନେ ଆଗକୁ ଆହୁରି ଭଲ ପ୍ରଦର୍ଶନ କରି ପାରିବେ ବୋଲି କହିଛନ୍ତି ରାଜ୍ୟ ବାସ୍କେଟ ବଲ ସଭାପତି । ତେଣୁ ରାଜ୍ୟ ସଂଘର ବିଭିନ୍ନ ସ୍ତରର କ୍ରୀଡା ପ୍ରତିଯୋଗିତାରେ ନିଶ୍ଚୟ ଭଲ ଖେଳାଳି ଓଡିଶା ପକ୍ଷରୁ ଚୟନ ହେଇ ପାରିବେ।

ଏହା ମଧ୍ୟ ପଢନ୍ତୁ- ରାଜ୍ୟରେ ପ୍ରତିଷ୍ଠା ହେବ ଟେନିସ ଏକାଡେମୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ITTF ପ୍ରତିନିିଧି ଦଳ

ଅନ୍ୟପଟେ ସ୍କୁଲ ସ୍ତରୀୟ ପ୍ରତିଯୋଗିତାରେ ମନୋବଳ ବଢିବା ସହ ଆଗମୀ ଦିନରେ ଜଣେ ଦକ୍ଷ ଖେଳାଳି ହେବାର ଆଶା ରଖିଛନ୍ତି ଖେଳାଳି। ପୂର୍ବରୁ ଓଡିଶାରେ ଟେବୁଲ ଟେନିସକୁ ନେଇ କୌଣସି ସୁଯୋଗ ନ ଥିଲା । ଯେଉଁଥି ପାଇଁ ଅନେକ ଖେଳାଳି ବଣ ମଲି ପରି ଆଗକୁ ଆସି ପାରୁ ନଥିଲେ। ବର୍ତ୍ତମାନ ସମୟରେ କିନ୍ତୁ ସମୟ ପରିବର୍ତ୍ତନ ହେବା ସହ ନୂତନ ଜ୍ଞାନ କୌଶଳ ସହ ଭିତ୍ତିଭୂମିରେ ମଧ୍ୟ ବିକାଶ ହେଲାଣି। ତେଣୁ ପ୍ରତ୍ୟେକ ଖେଳାଳି ବର୍ତ୍ତମାନ ନିଜର ଭବିଷ୍ୟତ ଗଡ଼ିବାରେ କୌଣସି ସମସ୍ୟା ନାହିଁ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଂଘ ସମ୍ପାଦକ । ତେବେ ଆଗମୀ ଦିନରେ ମଧ୍ୟ ଆହୁରି ମେଗା କ୍ରୀଡା ଆୟୋଜନ ନେଇ ଆଶା ରଖିଛି ରାଜ୍ୟ ସଂଘ। ସେହିପରି କଟକ ଓ ଭୁବନେଶ୍ୱରରେ ଯେଉଁ ଦୁଇଟି ଇଣ୍ଡୋର ହେବ ସେଠି ବିଦେଶୀ ଅପେକ୍ଷା ଆମ ଦେଶର କୋଚ୍ ଉପରେ ବେଶି ଫୋକସ କରାଯିବ ବୋଲି କହିଛନ୍ତି ରାଜ୍ୟ ସଭାପତି।

ଇଟିଭି ଭାରତ, କଟକ

ABOUT THE AUTHOR

...view details