ଓଡିଶା

odisha

ETV Bharat / state

T-Bridge Stampede: SCBରେ ଚିକିତ୍ସିତ ସମସ୍ତ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର - ବଡମ୍ବା ଟି ସେତୁ ଉପରେ ଦଳଚକଟା

କଟକ ସ୍ଥିତ ବଡମ୍ବା ଟି ସେତୁ ଉପରେ ଦଳଚକଟା ପରେ ଏସିବିରେ ଚିକିତ୍ସିତ ହେଉଥିବା 4 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

T Bridge Stampede
ବଡ଼ମ୍ବା ଟି ସେତୁ ଅଘଟଣ

By

Published : Jan 15, 2023, 12:47 PM IST

Updated : Jan 15, 2023, 9:39 PM IST

SCBରେ ଚିକିତ୍ସିତ ସମସ୍ତ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

କଟକ: ବଡ଼ମ୍ବା ଟି ସେତୁ ଉପରେ ଦଳାଚକଟା ଘଟଣା । ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା 4 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗୁରୁତର ଆହତ ହୋଇଥିବା 11 ବର୍ଷୀୟ କେଶବ ଲେଙ୍କାଙ୍କ ଅବସ୍ଥା ସ୍ଥିର ଅଛି । ତାଙ୍କ ଗୋଡରେ ଆଘାତ ଲାଗିବା ଯୋଗୁଁ ଗୋଡ଼ ଭାଙ୍ଗି ଯାଇଛି । ଉଭୟ ଅର୍ଥପେଡିକ ଓ ସର୍ଜରୀ ବିଭାଗର ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି । ଶନିବାର ସିଂହନାଥ ପୀଠରେ ମକରମେଳା ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯାଉଥିବାବେଳେ ବଡ଼ମ୍ବା ଟି ସେତୁ ଉପରେ ଅଘଟଣ ଘଟିଥିଲା ।

ଏହି ଅଘଟଣରେ ଆହତ ହୋଇଥିବା 4 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆସନ୍ତା 24ରୁ 48 ଘଣ୍ଟା ଭିତରେ ସୁସ୍ଥ ଥିବା ଆହତଙ୍କୁ ଡିସଚାର୍ଜ କରାଯିବ ବୋଲି କହିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ । ଗତ ଶନିବାର ମକର ସଂକ୍ରାନ୍ତି ଥିବାରୁ ବଡ଼ମ୍ବା ସିଂହନାଥ ମନ୍ଦିର ଯିବା ପାଇଁ ଟି ସେତୁ ଉପରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ପ୍ରବଳ ଭିଡ ହେତୁ ଦଳାଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:T Bridge Stampede: ସିଂହନାଥ ପୀଠରେ ୧୪୪ ଧାରା ଜାରି

ମୃତକ ବାଙ୍କୀ ପଥୁରିପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସମୁଦାୟ 4 ଜଣଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏଥିରେ ୩ ଜଣ ଶିଶୁ ଅଛନ୍ତି । ଦୁଇ ଜଣ ଶିଶୁଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସର୍ଜରୀ, ଅର୍ଥପେଡ଼ିକ ଓ ନ୍ୟୁରୋସର୍ଜରୀ ବିଭାଗର ସ୍ବତନ୍ତ୍ର ଟିମ୍ ଚିକିତ୍ସା କରୁଛନ୍ତି । ଆଇସିୟୁ ସହ ସାମାନ୍ୟ ବେଡ ପ୍ରସ୍ତୁତ ହୋଇ ରହିଥିବା ନେଇ ଏସସିବି ଅଧିକ୍ଷକ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଦୁଇ ଦିନ ଧରି ହେବାକୁ ଥିବା ମକର ମେଳାକୁ ବନ୍ଦ କରିବା ସହ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ 144 ଧାରା ଲାଗୁ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:T-Bridge Stampede: ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ, ୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା

ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତ ମହିଳାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ 5ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଲାଗି ଘୋଷଣା କରିଛନ୍ତି । ସେହିପରି ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ରେଡକ୍ରସ ପାଣ୍ଠିରୁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ 20 ହଜାର ଓ ଆହତଙ୍କ ପରିବାରକୁ 10 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jan 15, 2023, 9:39 PM IST

ABOUT THE AUTHOR

...view details