ଓଡିଶା

odisha

ETV Bharat / state

Syed Mushtaq Ali Trophy: ମହାରାଷ୍ଟ୍ର ଠାରୁ ୨୭ ରନ୍‌ରେ ହାରିଲା ଓଡିଶା

ସୟଦ ମୁସ୍ତାକ ଅଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଓଡିଶାର ଦ୍ବିତୀୟ ପରାଜୟ । ଗତକାଲି ତାମିଲନାଡୁ ଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ୧ ରନ୍‌ରେ ପରାସ୍ତ ହେବାପରେ ଶନିବାର ମହାରାଷ୍ଟ୍ର ଠାରୁ ୨୭ ରନ୍‌ରେ ପରାସ୍ତ ହୋଇଛି । ଅଧିକ ପଢନ୍ତୁ...

By

Published : Nov 6, 2021, 10:54 PM IST

Syed Mushtaq Ali Trophy: Maharastra beat odisha by 27 runs
Syed Mushtaq Ali Trophy: ମହାରାଷ୍ଟ୍ର ଠାରୁ ୨୭ ରନ୍‌ରେ ହାରିଲା ଓଡିଶା

ଲକ୍ଷ୍ନୌ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଓଡିଶାର ଦ୍ବିତୀୟ ପରାଜୟ । ଗତକାଲି ତାମିଲନାଡୁ ଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ୧ ରନ୍‌ରେ ପରାସ୍ତ ହେବାପରେ ଶନିବାର ମହାରାଷ୍ଟ୍ର ଠାରୁ ୨୭ ରନ୍‌ରେ ପରାସ୍ତ ହୋଇଛି ।

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୩ ରନ୍‌ ସଂଗ୍ରହ କରିଥିଲା । କ୍ୟାପଟେନ ଋତୁରାଜ ଗାଏକ୍ବାଡ ୪୭ ବଲ୍‌ରୁ ୧୦ ଚୌକା ଓ ୩ ଛକା ସହାୟତାରେ ୮୧ ରନ୍‌ର ମାରାଥନ ଇଂନିସ ଖେଳିଥିଲେ । କେଦାର ଯାଦବ ୫୫ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ଜବାବରେ ଓଡିଶା ୧୮.୫ ଓଭରରେ ୧୫୬ ରନ୍‌ କରିବାକୁ ସମର୍ଥ ହୋଇଥିଲା । ଓଡିଶା ପକ୍ଷରୁ ଅଂଶମାନ ରଥ ୩୪, ଅଭିଶେକ ରାଉତ ୨୯ ଓ ଅଭିଶେକ ଯାଦବ ୨୩ ରନ୍‌ର ଇଂନିସ ଖେଳିଥିଲେ । ଶୁଭ୍ରାଂଶୁ ସେନାପତି ୨୭ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ରନ୍‌ଆଉଟ୍‌ ହୋଇଥିଲେ । କ୍ୟାପଟେନ ରାଜେଶ ଧୁପର ୧୬ ରନ୍‌ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details