ଓଡିଶା

odisha

ETV Bharat / state

କଟକର ସ୍ବରାଜ ଆଶ୍ରମ: ରାତି କାଟିଥିଲେ ଗାନ୍ଧୀ, ଦେଇଥିଲେ ଅଂହିସା ବାଣୀ

ହଜାରେ ବର୍ଷରୁ ଊର୍ଦ୍ଧ୍ବ ପୁରାତନ ସହର କଟକରେ ରହିଛି ସ୍ବରାଜ ଆଶ୍ରମ । ଆଶ୍ରମକୁ ଦେଖିଲେ ମନେପଡେ ମହାତ୍ମାଗାନ୍ଧୀଙ୍କ ଅହିଂସା, ସତ୍ୟ ଏବଂ 1921 ମସିହା ମାର୍ଚ୍ଚ 23 ତାରିଖ କଥା । ଅଧିକ ପଢନ୍ତୁ...

Swaraj Ashram looks the way of Ahinsha
ଅହିଂସା ମାର୍ଗର ଠିକଣା ସ୍ବରାଜ ଆଶ୍ରମ

By

Published : Feb 9, 2020, 11:45 PM IST

କଟକ: ହଜାରେ ବର୍ଷରୁ ଊର୍ଦ୍ଧ୍ବ ସହର କଟକ । ଓଡିଶାର ଏହି ସର୍ବ ପୁରାତନ ସହରରେ ରହିଛି ଅନେକ ଇତିହାସ । ଏହାର ଇତିହାସ ଯେତିକି ପୁରୁଣା, ଐତିହ୍ୟ ସ୍ମୃତି ସେତିକି ଚିରନ୍ତନ । ତନ୍ମଧ୍ୟରୁ ସବୁଠୁ ପ୍ରମୁଖ ଐତିହାସିକ ସ୍ଥଳ ଓ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ପୀଠ ହେଉଛି ସ୍ବରାଜ ଆଶ୍ରମ । ଆଶ୍ରମକୁ ଦେଖିଲେ ମନେପଡେ 1921 ମସିହା ମାର୍ଚ୍ଚ 23 ତାରିଖ କଥା । ଆଉ ମନେପଡନ୍ତି ସେହି ମହାନ ବ୍ୟକ୍ତି ତଥା ଜାତିର ପିତା ମହାତ୍ମାଗାନ୍ଧୀ । ଯାହାଙ୍କ ପାଇଁ ଆଜି ଦେଶ ସ୍ବାଧୀନ ଲାଭ କରିଛି ।

ଅହିଂସା ମାର୍ଗର ଠିକଣା ସ୍ବରାଜ ଆଶ୍ରମ

ସତ୍ୟ ଓ ଅହିଂସାକୁ ନିଜ ଜୀବନ ଏବଂ ଦୈନନ୍ଦିନ କାର୍ଯ୍ୟରେ ଆଦର୍ଶ ଓ ନୀତି ଭାବେ ବାଛି ନେଇଥିଲେ ମହାତ୍ମାଗାନ୍ଧୀ । ଅହିଂସାକୁ କିଭଳି ପ୍ରମୁଖ ମାଧ୍ୟମ କରି ଦେଶକୁ ସ୍ବାଧନତା ଦେବାରେ ସଫଳ ହେବେ ସେ ନେଇ ନିଜ ଭଳି ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ସହ ଆଲୋଚନା କରିଥିଲେ । 1921 ମାର୍ଚ୍ଚ 23 ତାରିଖ ଦିନ ଗାନ୍ଧିଜୀ ଓଡିଶା ଗସ୍ତ ସମୟରେ ସ୍ବରାଜ ଆଶ୍ରମରେ ରାତ୍ରିଯାପନ କରିଥିଲେ । ଏଠାରେ ସେ ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ସହ ଅହିଂସା ନୀତିରେ କିଭଳି ଦେଶକୁ ସ୍ବାଧୀନ କରି ହେବ ଏବଂ ବ୍ରିଟିଶଙ୍କୁ ଦେଶରୁ ବିତାଡିତ କରାଯିବ ସେ ନେଇ ଆଲୋଚନା କରିଥିଲେ । ଆଉ ସେହି ଦିନଠୁ ଏହି ସ୍ଥାନ ଭାରତ ଇତିହାସରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ଏହି ଆଶ୍ରମର ରହିଛି ଅନେକ ମହାନତା । ଆଶ୍ରମକୁ ଆସିଲେ ଶିଖିବାର ଏକ ନୂତନ ପଥ ଆବିଷ୍କାର ହୋଇଥାଏ । କିପରି ଶାନ୍ତି ଓ ଅହିଂସା ନୀତିକୁ ଆପଣାଇ ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିହେବ ତାହାର ବାଟ ଆଶ୍ରମରୁ ମିଳିଥାଏ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details