ଓଡିଶା

odisha

ETV Bharat / state

କଟକ ବାଲିଯାତ୍ରା ପଡିଆ ରେ ବିଶାଳ ସମାବେଶ , ବସିଲା ପ୍ରସ୍ତୁତି ବୈଠକ

ପୁଣି ଚଳଚଞ୍ଚଳ ହେବ କଟକ ବାଲିଯାତ୍ରା ପଡ଼ିଆ । ଫେବୃଆରୀ ମାସ ଚାରି ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ସ୍ୱାମୀ ନିଗମାନନ୍ଦ ଙ୍କର ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ । ଅଧିକ ପଢ଼ନ୍ତୁ

By

Published : Jan 20, 2023, 9:03 PM IST

ପୁଣି କଟକ ରେ ହେବ ବଡ଼ ସମାବେଶ
ପୁଣି କଟକ ରେ ହେବ ବଡ଼ ସମାବେଶ

ପୁଣି କଟକ ରେ ହେବ ବଡ଼ ସମାବେଶ

କଟକ: ପୁଣି କଟକ ରେ ହେବ ବଡ଼ ସମାବେଶ। କଟକ ଉପର ବାଲିଯାତ୍ରା କିଲ୍ଲା ପଡ଼ିଆ ଠାରେ ଆସନ୍ତା ଫେବୃଆରୀ ମାସ ଚାରି ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ସ୍ୱାମୀ ନିଗମାନନ୍ଦଙ୍କର ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ । ଏହାକୁ ଦୃଷ୍ଟିରେ ରଖି ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ପ୍ରମୁଖ ଯୋଗ ଦେଇ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଭକ୍ତ ସମ୍ମିଳନୀ ଫେବୃଆରୀ ୪ ତାରିଖରୁ ୬ ତାରିଖ ତିନି ଦିନ ଧରି ଚାଲିବ । ରାଜ୍ୟର ୧୭୭ଟି ସଙ୍ଘ ତଥା ଦେଶର ବିଭିନ୍ନ ରାଜ୍ୟରୁ ଏବଂ ବିଦେଶରୁ ମଧ୍ୟ କିଛି ଭକ୍ତ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି ଆୟୋଜକ କହିଛନ୍ତି ।

ଏହି ସମ୍ମିଳନୀରେ ଗଜପତି ମହାରାଜ ଦିଵ୍ୟ ସିଂହଦେଵ,ସ୍ବାମୀ ପ୍ରଞ୍ଜାନାନନ୍ଦ ସରସ୍ବତୀଙ୍କ ସହ ଵହୁ ଵିଶିଷ୍ଠ ଵ୍ୟକ୍ତି ଯୋଗ ଦେଵେ । ଏହି ସମ୍ମିଳନୀରେ ଦୈନିକ ୨୦ରୁ ୨୫ ହଜାର ଭକ୍ତଙ୍କର ସମାଗମ ହେବ ବୋଲି ଆଶା କରାଯାଉଛି । ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ ତଥା ଅନ୍ୟାନ୍ୟ ଦିଗକୁ ଧ୍ୟାନ ଦେବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ତେବେ ପ୍ରତିଦିନ ବୃଦ୍ଧି ପାଉଥିବା ଭିଡ଼କୁ ନଜରରେ ରଖି ପ୍ରସାସନ ଏବେଠୁ ସୁରକ୍ଷା ବ୍ୟବସ୍ତା ସମ୍ପର୍କରେ ଆଲୋଚନା ଆରମ୍ଭ କରିଛି । ଯେପରି ବଡ଼ମ୍ବାରେ ମକର ସଂକ୍ରାନ୍ତିଦିନ ସିଂହନାଥ ମନ୍ଦିରରେ ଲକ୍ଷାଧିକ ଭକ୍ତ ଦଳଚକଟା ଦୃଶ୍ୟ ସାମ୍ନାକୁ ଆସିଥିଲା । ଏଭଳି ଘଟଣା ଏଡ଼ାଇବାକୁ ଏବେଠୁ ସମସ୍ତ ପ୍ରସ୍ତୁତି ଜାରି ରହିଛି ।

କେବଳ ଓଡିଶା ନୁହେଁ ଦେଶର କୋଣ ଅନୁକୋଣରୁ ଅନୁଗାମୀମାନେ କଟକ ଆସିବେ । ଏଠାରେ ସେମାନଙ୍କ ରହିବା ଖାଇବା ସମସ୍ତ ଦିଗ ମଧ୍ୟ ବୁଝିବ ଆୟୋଜକ କମିଟି । ବିଶେଷକରି ଟ୍ରାଫିକ, ପରିମଳ, ଜଳ ଯୋଗାଣ, ବିଦ୍ୟୁତ ଦିଗ ଉପରେ ମଧ୍ୟ ନଜର ରଖିଛି କଟକ କମିଶନରେଟ ପୋଲିସ ଓ କଟକ ମହାନଗର ନିଗମ । ତେବେ ବର୍ତ୍ତମାନ ସମୟରେ ଆଲୋଚନା ଶେଷ ହୋଇଥିବା ବେଳେ ଉପର ପଡିଆ ରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ସବୁଠି ବାଉଁଶରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ଇଟିଭି ଭାରତଇଟିଭି ଭାରତ,କଟକ

ABOUT THE AUTHOR

...view details