ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳା ସଂଗଠନର ବିକ୍ଷୋଭ

ନାରୀ ନିର୍ଯାତନା, ମଦ ବିକ୍ରି, ଅଶ୍ଲିଳତା ଓ ନଗ୍ନତାର ବ୍ୟାପକ ପ୍ରଚାର ପ୍ରସାର ବନ୍ଦ ଦାବିରେ ଏସୟୁସିଆଇ ମହିଳା ସଂଗଠନର ବିକ୍ଷୋଭ ପ୍ରଦର୍ଶନ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ମହିଳା ।

suci-women-origanisation-protest-in-front-of-cuttack-collectorate
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Nov 29, 2019, 9:40 PM IST

କଟକ: ନାରୀ ନିର୍ଯାତନା, ମଦ ବିକ୍ରି, ଅଶ୍ଲିଳତା ଓ ନଗ୍ନତାର ବ୍ୟାପକ ପ୍ରଚାର ପ୍ରସାର ବନ୍ଦ କରିବା ପାଇଁ ଦାବି କରିଛନ୍ତି ଏସୟୁସିଆଇ ମହିଳା ସଂଗଠନ । ଏନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ମହିଳା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କଟକ

ରାଜ୍ୟରେ ଦିନକୁ ଦିନ ପାଣିର ସମସ୍ୟା ବଢି ଚାଲିଛି କିନ୍ତୁ ରାଜ୍ୟ ସରକାର ଗୁରୁତ୍ବ ଦେଉନାହାଁନ୍ତି । ରାଜ୍ୟରେ ମଦର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସରକାର ଲାଇସେନ୍ସ ପ୍ରଦାନ କରୁଛନ୍ତି । ଯାହା ଫଳରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସଂଗଠନ ଅଭଯୋଗ କରିଛି ।

ଏହା ବ୍ୟତିତ ସାମାଜିକ ଗଣମାଧ୍ୟମରେ ଅଶ୍ଲୀଳତାକୁ ବନ୍ଦ କରିବାକୁ ମଧ୍ୟ ଦାବି କରିଛି ମହିଳା ସଂଗଠନ । ଇଣ୍ଟରନେଟରେ ବୃଦ୍ଧି ପାଉଥିବା ଅଶ୍ଲୀଳତା ଯୋଗୁଁ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଛି ବୋଲି ଅଭିଯୋଗ ହୋଇଛି । ଅଶ୍ଲୀଳତା ଉପରେ ରୋକ ଲଗାଯାଉ ଓ ଏହା ଦ୍ବାରା ଛୋଟ ଛୋଟ ପିଲାମାନେ ପ୍ରଭାବିତ ହେଉଥିବା ମହିଳା ସଂଗଠନ ଅଭିଯୋଗ କରିଛି । ଏନେଇ କଟକ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details