କଟକ: ପ୍ଲାଟଫର୍ମ ଟିକେଟ ମୂଲ୍ୟ ବୃଦ୍ଧି ନେଇ ମୁଣ୍ଡ ଟେକିଲା ଆନ୍ଦୋଳନ । କଟକ ରେଳ ଷ୍ଟେସନ ସମ୍ମୁଖରେ ଏସୟୁସିଆଇ ପକ୍ଷରୁ ପ୍ଲାଟଫର୍ମ ଟିକେଟ ବର୍ଦ୍ଧିତ ମୂଲ୍ୟକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋଟେପଟେ ସାରା ଦେଶ କରୋନାର ସ୍ଥିତିକୁ ନେଇ ଭୟଭୀତ ରହିଥିବା ବେଳେ ଅନ୍ୟପଟେ ଟ୍ରେନ ପ୍ଲାଟଫର୍ମ ଟିକେଟ ବୃଦ୍ଧି ଏକ ନିନ୍ଦନୀୟ ପ୍ରସଙ୍ଗ ବୋଲି ଏସୟୁସିଆ ଅଭିଯୋଗ କରିଛି ।
ପ୍ଲାଟଫର୍ମ ଟିକେଟ ମୂଲ୍ୟ ଵୃଦ୍ଧି ନେଇ ଏସୟୁସିଆଇର ବିକ୍ଷୋଭ - କଟକ ଖବର
ପ୍ଲାଟଫର୍ମ ଟିକେଟ ମୂଲ୍ୟ ବୃଦ୍ଧି ନେଇ କଟକ ରେଳ ଷ୍ଟେସନ ସମ୍ମୁଖରେ ଏସୟୁସିଆଇ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...
ପ୍ଲାଟଫର୍ମ ଟିକେଟ ମୂଲ୍ୟ ଵୃଦ୍ଧି ନେଇ ଏସୟୁସିଆଇର ବିକ୍ଷୋଭ
ପ୍ଲାଟଫର୍ମ ଟିକେଟ ମୂଲ୍ୟ ଵୃଦ୍ଧି ନେଇ ଏସୟୁସିଆଇର ବିକ୍ଷୋଭ
ସେହିପରି କେନ୍ଦ୍ର ସରକାର କରୋନା ପାଇଁ ଚିନ୍ତା କରିବା ଦରକାର ନା କି ପ୍ଲାଟଫର୍ମ ଟିକେଟ ବୃଦ୍ଧି ପାଇଁ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ । ସେପଟେ ଟ୍ରେନ ଯାତାୟାତ କରିବା ପୂର୍ବରୁ ସମସ୍ତ ବଗିକୁ ଭଲ ଭାବେ ସଫା କରିବା ଦରକାର । ଯାହାଦ୍ବାରା କରୋନା ପ୍ରଭାବ ନିଷ୍କ୍ରିୟ ରହିବ ବୋଲି ଦାବି କରିଛି ଏସୟୁସିଆଇ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ