କଟକ:ପେଟ୍ରୋଲ ଡିଜେଲ ଦର ହ୍ରାସ ନେଇ କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଗର୍ଜିଲା SUCI । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ଲଗାତାର ଭାବରେ ହ୍ରାସ ପାଉଥିଲେ ମଧ୍ୟ ଦେଶର ପେଟ୍ରୋଲ ଓ ଡିଜେଲର ଦର ହ୍ରାସ କରାଯାଉନାହିଁ । ଆନ୍ଦୋଳନକାରୀ କହିଛନ୍ତି ଯେ, ‘‘କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ମିଶି ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ପରିମାଣରେ ଭାଟ୍ ଆଦାୟ କରି ଜନସାଧାରଣଙ୍କୁ ସ୍ପଷ୍ଟ ଦିବାଲୋକରେ ଲୁଣ୍ଠନ କରୁଛନ୍ତି । ’’
‘‘ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ଫଳରେ ସମସ୍ତ ପ୍ରକାର ଖାଉଟି ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ପରିବହନ ଓ ଗମନାଗମନ ପାଇଁ ଅଧିକ ବ୍ୟୟ କରିବାକୁ ପଡୁଛି । ସାଧାରଣଲୋକଙ୍କ ପକ୍ଷରେ ପରିବାର ଚଳାଇବା ଅସମ୍ଭବ ହୋଇପଡୁଛି ।’’ ଏଭଳି ପରିସ୍ଥିତିରେ ତୁରନ୍ତ ପେଟ୍ରୋଲ ଓ ଡିଜେଲର ଦର ହ୍ରାସ କରିବା ଦାବିରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) କଟକ ଜିଲ୍ଲା କମିଟି ଆହ୍ବାନରେ କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ।