ଓଡିଶା

odisha

ETV Bharat / state

କୋରୋନା କାଳରେ କେନ୍ଦ୍ର ଦ୍ବାରା ପାରିତ ବିଲକୁ ନେଇ ବର୍ଷିଲା ଏସୟୁସିଆଇ କମ୍ୟୁନିଷ୍ଟ - କୋରୋନା ପ୍ରଳୟ

ଦେଶବ୍ୟାପୀ ଜାରି ରହିଛି କୋରୋନା ପ୍ରଳୟ । ଏହାରି ଭିତରେ ଅନେକ ବିଲ ପାସ କରିଛନ୍ତି କେନ୍ଦ୍ର ସରକାର । ଆଉ ଏହି ସାଧାରଣ ମଧ୍ୟବିତ୍ତ ପରିବାର ପାଇଁ ଚିନ୍ତାର ବିଷୟ ବୋଲି କହିଛି ଏସୟୁସିଆଇ କମ୍ୟୁନିଷ୍ଟ । ଅଧିକ ପଢନ୍ତୁ...

କୋରୋନା କାଳରେ କେନ୍ଦ୍ର ଦ୍ବାରା ପାରିତ ବିଲକୁ ନେଇ ବର୍ଷିଲା ଏସୟୁସିଆଇ କମ୍ୟୁନିଷ୍ଟ
କୋରୋନା କାଳରେ କେନ୍ଦ୍ର ଦ୍ବାରା ପାରିତ ବିଲକୁ ନେଇ ବର୍ଷିଲା ଏସୟୁସିଆଇ କମ୍ୟୁନିଷ୍ଟ

By

Published : Sep 24, 2020, 7:48 PM IST

କଟକ: ଦେଶବ୍ୟାପୀ ଜାରି ରହିଛି କୋରୋନା ପ୍ରଳୟ । ଏହାରି ଭିତରେ ଅନେକ ବିଲ ପାସ କରିଛନ୍ତି କେନ୍ଦ୍ର ସରକାର । ଯାହା ଏବେ ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ଏସୟୁସିଆଇ କମ୍ୟୁନିଷ୍ଟ ।

କୋରୋନା କାଳରେ କେନ୍ଦ୍ର ଦ୍ବାରା ପାରିତ ବିଲକୁ ନେଇ ବର୍ଷିଲା ଏସୟୁସିଆଇ କମ୍ୟୁନିଷ୍ଟ

ଦଳ ପକ୍ଷରୁ କୁହାଯାଇଛି ଯେ କୋରୋନା ସମୟରେ ଅହେତୁକ ଦର ଦାମ ବୃଦ୍ଧି । ଯାହା ବର୍ତ୍ତମାନ ଆକାଶ ଛୁଆଁ । ସେହିପରି ଶ୍ରମ ଆଇନରେ ସଂଶୋଧନ ଅର୍ଥ ଶ୍ରମିକ ମାରଣା ନୀତି ସହ ସମାନ । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ସରକାର ଯେଉଁ ଆଭିମୁଖ୍ୟ ନେଉଛନ୍ତି ତାହାକୁ ତୀବ୍ର ନିନ୍ଦା କରାଯାଇଛି । ଦେଶରେ କୋଭିଡ କାରଣରୁ ଲକଡାଉନ ସଟଡାଉନ ଜାରି ରହିଛି । ଏହାରି ଭିତରେ ଗରିବ ଓ ମଧ୍ୟବିତ୍ତ ପରିବାର ଲୋକେ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି । କିନ୍ତୁ ସରକାର ଏହାକୁ ଦୃଷ୍ଟିରେ ନରଖି ବିଭିନ୍ନ ବିଲ ପାସ କରି ନିଜର ଦକ୍ଷତା ପ୍ରଦର୍ଶନ କରୁଛନ୍ତି । ଯଦି ଆଗାମୀ ଦିନରେ ଏହି ନୀତି ପ୍ରତ୍ୟାହାର ନହୁଏ ତେବେ ଏକ ବଡ ଜନ ଆନ୍ଦୋଳନ ଶଙ୍ଖନାଦ କରିବ ବୋଲି ଧମକ ଦିଆଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details