କଟକ: ଆଜି (ସୋମବାର) ଥିଲା ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ । ଏହି ଅବସରରେ ବିଜେଡ଼ି ପକ୍ଷରୁ କଟକ ମେୟର ପ୍ରାର୍ଥୀ ସୁବାସ ସିଂ ଓ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ନାମାଙ୍କନ ଭରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପାଇଁ ଉଭୟ ନେତା ନିଜ ସମର୍ଥକ ମାନଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ CMC କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।
ଉଭୟଙ୍କ ସହ ସେମାନଙ୍କ ଦଳର ରାଜ୍ୟସ୍ତରୀୟ ନେତା ଉପସ୍ଥିତ ମଧ୍ୟ ଥିଲେ। ତେବେ ସୁବାସ ସିଂ CMC ମେୟର ପାଇଁ ନିମିତ ମାତ୍ର, ବାସ୍ତବରେ ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନ ଲଢ଼ୁଛନ୍ତି ବୋଲି କହିଛନ୍ତି ସୁବାସ । ଅନ୍ୟପଟେ ନିର୍ବାଚନ ଜିତିଲେ ଅଭିନୟରୁ ବିରତି ନେବେ ବୋଲି କହିଛନ୍ତି ଶ୍ରୀତମ । ଗତ ୨ ତାରିଖଠାରୁ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କଟକ ମେୟର ପ୍ରାର୍ଥୀ ପାଇଁ ବିଜେଡ଼ି ପକ୍ଷରୁ ଅଭିନେତା ଅରିନ୍ଦମ ଦାସଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା ।