ଓଡିଶା

odisha

ETV Bharat / state

ଆନିକଟ ପାଲଟିଛି ମରଣଯନ୍ତା, ରୋଗୀଙ୍କୁ ଷ୍ଟ୍ରେଚର୍ ବୋହି ନିଆରା ଢଙ୍ଗରେ ସୁବାସ ସଙ୍ଗଠନର ପ୍ରତିବାଦ - ଆନିକଟ ପାଲଟିଛି ମରଣ ଜନ୍ତା

ଯୋବ୍ରା ବ୍ୟାରେଜ୍ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ କରିଛି ସୁବାଷ ସଙ୍ଗଠନ । ଅଧିକ ପଢନ୍ତୁ

ନିଆରା ଢଙ୍ଗରେ ଯୋବ୍ରା ବ୍ୟାରେଜ୍ ବ୍ୟାରେଜରେ ପ୍ରତିବାଦ କଲେ ସୁବାସ ସଙ୍ଗଠନ
ନିଆରା ଢଙ୍ଗରେ ଯୋବ୍ରା ବ୍ୟାରେଜ୍ ବ୍ୟାରେଜରେ ପ୍ରତିବାଦ କଲେ ସୁବାସ ସଙ୍ଗଠନ

By ETV Bharat Odisha Team

Published : Aug 30, 2023, 10:07 AM IST

ନିଆରା ଢଙ୍ଗରେ ଯୋବ୍ରା ବ୍ୟାରେଜ୍ ବ୍ୟାରେଜରେ ପ୍ରତିବାଦ କଲେ ସୁବାସ ସଙ୍ଗଠନ

କଟକ:ସୁବାଷ ସଙ୍ଗଠନର ପୁଣି ନିଆରା ପ୍ରତିବାଦ । କଟକ ଯୋବ୍ରା ବ୍ୟାରେଜରେ ଅଭିନବ ଢ଼ଙ୍ଗରେ ପ୍ରତୀକାତ୍ମକ ଭାବରେ ରୋଗୀକୁ ଷ୍ଟ୍ରେଚରରେ ନେଇ ଯୋବ୍ରା ବ୍ୟାରେଜ୍ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ସୁବାଷ ସଙ୍ଗଠନ । ଯୋବ୍ରା ବ୍ୟାରେଜରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ସୁବାଷ ସଙ୍ଗଠନ ପକ୍ଷରୁ ଷ୍ଟ୍ରେଚର୍ ପ୍ରତିବାଦ କରାଯାଇଛି ।

ସୁବାଷ ସଂଗଠନ ସଦସ୍ୟ କହିଛନ୍ତି,‘‘ କଟକର ଯୋବ୍ରା ବ୍ରିଜ୍ ଏକ ଜନଗହଳି ପୂର୍ଣ୍ଣ ଯାତାୟାତ ରାସ୍ତା । ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ହେଲେ ଏଠାରେ ବ୍ୟାପକ ଅନିୟମିତତା ରହିଛି । ଯେପରିକି ବ୍ୟାରେଜ ଉପରେ ଥ‌ିବା ସମସ୍ତ ଷ୍ଟ୍ରିଟ୍ ଲାଇଟ୍‌ ଅକାମୀ ହୋଇ ପଡିରହିଛି । ରାସ୍ତାରେ ଅନେକ ଖାଲ ରହିଛି । ତେଣୁ ଆଗାମୀ ୫ଦିନ ମଧ୍ୟରେ ଷ୍ଟ୍ରିଟ୍ ଲାଇଟ୍‌କୁ କାର୍ଯ୍ୟକ୍ଷମ କରିବା ଓ ବିପର୍ଯ୍ୟସ୍ଥ ହୋଇପଡ଼ିଥିବା ରାସ୍ତାରେ ତୁରନ୍ତ ଖାଲଖମା ଗୁଡିକୁ ମରାମତି କରାଯିବାକୁ ଦାବି କରିଛି ସଂଘ ।’’

ତେବେ ଆଗାମୀ ୭ଦିନ ଭିତରେ ଦାବି ପୂରଣ ନହେଲେ ସୁବାଷ ସଙ୍ଗଠନ ତରଫରୁ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବା ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଳୟକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେଇଛି ସଙ୍ଗଠନ । ଯୋବ୍ରା ଆନିକଟ ସ୍ଥାନରେ ରାସ୍ତା ଗୁଡ଼ିକ ଖାଲ ଥିବା ଏବଂ ଖୁଣ୍ଟରେ ବିଦ୍ୟୁତ୍ ଲାଇଟ୍ ଜଳୁ ନଥିବାରୁ ପ୍ରତିଦିନ ଲୋକମାନେ ଆହତ ହେଉଛନ୍ତି । ଏହି ଆହତର ଦୃଶ୍ୟକୁ ପ୍ରତିବାଦ ସ୍ବରୂପ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଅଧିକ ପଢନ୍ତୁ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ, ‘ଲୋକଙ୍କୁ ଭୁଆଁ ବୁଲାଉଛି ବିଜେଡି ଓ ବିଜେପି’

ସୁବାସ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି, ‘‘ଆନିକଟରେ ଅନକେ ଖୁଣ୍ଟରେ ବିଦ୍ୟୁତ୍ ଲାଇଟ୍ ଜଳୁ ନାହିଁ ଏବଂ ଖାଲରେ ଲୋକେ ପଡ଼ିଯାଇ ଗୁରୁତର ଭାବରେ ଆହତ ହେଉଛନ୍ତି । ଲୋକମାନଙ୍କୁ ଦୁର୍ଘଟଣା ଯୋଗୁଁ ରକ୍ତରେ ଭିଜିବାକୁ ପଡୁଛି । ତେଣୁ ସୁବାସ ସଂଗଠନ ପକ୍ଷରୁ ବିପର୍ଯ୍ୟସ୍ତ ରାସ୍ତା ଓ ବିଦ୍ୟୁତ୍ ସେବା ପାଇଁ ଏକ ଅଭିନବ ଉପାୟରେ ପ୍ରତିବାଦର ସ୍ୱର ଉଠାଇଛନ୍ତି । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ କରାନଗଲେ ସୁବାସ ସଂଗଠନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶିଖରପୁର ସ୍ଥିତ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କୁ ଚେତାବନୀ ଦିଆଯାଇଛି । ଏହି ଶୋଭାଯାତ୍ରାରେ ସୁବାସ ସଂଗଠନର ସଭାପତି ଆଶୁତୋଷ ଦାସଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ ।’’

ଇଟିଭି ଭାରତ, କଟକ

ABOUT THE AUTHOR

...view details