ଓଡିଶା

odisha

ETV Bharat / state

ଏଣିକି ସଂସ୍କୃତ ଓ ଦେବନଗରୀ ଭାଷାରେ ଲେଖିବେ ଛାତ୍ରଛାତ୍ରୀ: ହାଇକୋର୍ଟ - ତୃତୀୟ ଭାଷା ସଂସ୍କୃତ

ହାଇସ୍କୁଲ ଛାତ୍ର ଛାତ୍ରୀ ଯେଉଁମାନେ ତୃତୀୟ ଭାଷା ସଂସ୍କୃତ ରଖିଥିବେ ସେମାନେ ଏଣିକି ଓଡିଆ ପରିବର୍ତ୍ତେ ସଂସ୍କୃତ ଓ ଦେବନଗରୀ ଭାଷାରେ ଲେଖିବେ। ୩ ମାସ ମଧ୍ୟରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ କହିଛନ୍ତି ଅଦାଲତ। ଅଧିକ ପଢନ୍ତୁ...

ଏଣିକି ସଂସ୍କୃତ ଓ ଦେବନଗରୀ ଭାଷାରେ ଲେଖିବେ ଛାତ୍ରଛାତ୍ରୀ: ହାଇକୋର୍ଟ
ଏଣିକି ସଂସ୍କୃତ ଓ ଦେବନଗରୀ ଭାଷାରେ ଲେଖିବେ ଛାତ୍ରଛାତ୍ରୀ: ହାଇକୋର୍ଟ

By

Published : Apr 19, 2021, 8:39 PM IST

କଟକ: ଏଣିକି ଓଡିଆ ପରିବର୍ତ୍ତେ ସଂସ୍କୃତ ଓ ଦେବନଗରୀ ଭାଷାରେ ଲେଖିବେ ଛାତ୍ରଛାତ୍ରୀ। ଏନେଇ ଓଡିଶା ହାଇକୋର୍ଟ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇସ୍କୁଲ ଛାତ୍ର ଛାତ୍ରୀ ଯେଉଁମାନେ ତୃତୀୟ ଭାଷା ସଂସ୍କୃତ ରଖି ଥିବେ, ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଏନେଇ ଆଇନ ଅନୁଯାୟୀ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୩ ମାସ ମଧ୍ୟରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ କହିଛନ୍ତି ଅଦାଲତ। ଶିକ୍ଷା କ୍ଷେତ୍ରରେ ହିନ୍ଦୀ ପାଠ୍ୟକ୍ରମ ଭଳି ସଂସ୍କୃତ ପ୍ରଶ୍ନପତ୍ରର ଉତ୍ତର ସଂସ୍କୃତରେ ଲେଖିବାକୁ ପ୍ରାର୍ଥନା କରି ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରାଯାଇଛି। ବିଚାରପତି ଜଷ୍ଟିସ ଡକ୍ଟର ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଜଣିକିଆ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏଣିକି ସଂସ୍କୃତ ଭାଷା ଓ ଦେବାନଗରୀ ସ୍କ୍ରିପ୍ଟରେ ଲେଖିବେ ଛାତ୍ରଛାତ୍ରୀ: ହାଇକୋର୍ଟ

ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ୨୦୧୩ ମସିହାରେ ଏକ ଜନସ୍ବାର୍ଥ ମାମଲା ଦାୟର କରି ଦର୍ଶାଯାଇଥିଲା ଯେ, ହାଇସ୍କୁଲ ପରୀକ୍ଷାରେ ଛାତ୍ର ଛାତ୍ରୀ ହିନ୍ଦୀ ବିଷୟକୁ ହିନ୍ଦୀରେ ଲେଖୁଥିବା ବେଳେ ଯେଉଁମାନେ ହିନ୍ଦୀ ପରିବର୍ତ୍ତେ ସଂସ୍କୃତ ରଖୁଛନ୍ତି ସେମାନେ ଓଡ଼ିଆରେ ଲେଖୁଛନ୍ତି। ଫଳରେ ଅଧିକାଂଶ ଛାତ୍ର ଛାତ୍ରୀ ହିନ୍ଦୀ ପରିବର୍ତ୍ତେ ସଂସ୍କୃତ ରଖିବାକୁ ପସନ୍ଦ କରୁଛନ୍ତି। ଏପଟେ ଓଡିଶା ବୋର୍ଡରେ ହିନ୍ଦୀ ପାଠ୍ୟକ୍ରମ ବନ୍ଦ ହେବାକୁ ବସିଲାଣି। ଏହା ସହ ହିନ୍ଦୀ ନରଖି ସଂସ୍କୃତ ରଖୁଥିବା ଛାତ୍ର ଛାତ୍ରୀ ଓଡ଼ିଆରେ ଲେଖୁଥିବାରୁ ସେମାନଙ୍କ ପାଇଁ ଏହା ଅଧିକ ଲାଭ ଦେଇପାରୁ ନାହିଁ। ତେଣୁ ସଂସ୍କୃତର ଉତ୍ତର ସଂସ୍କୃତ ଭାଷା ଓ ଦେବନାଗରୀ ସ୍କ୍ରିପ୍ଟରେ ଲେଖିଲେ ଛାତ୍ର ଛାତ୍ରୀ ଜ୍ଞାନବୃଦ୍ଧି ହେବ ବୋଲି ଆବେଦନରେ ଦର୍ଶାଯାଇଥିଲା।

ପୂର୍ବରୁ ଏ ସମ୍ପର୍କରେ ଆବେଦନକାରୀ ମାଧ୍ୟମିକ ଶିକ୍ଷା ପରିଷଦକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଆଗତ ପିଟିସନର ଦିର୍ଘ ଦିନ ପରେ ଚୂଡାନ୍ତ ଶୁଣାଣି କରି ହାଇକୋର୍ଟ ମାମଲାରେ ପୂର୍ଣଛେଦ ଦେବା ସହ ତିନି ମାସ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାର ସମୀକ୍ଷା ଚାଲିଛି ଓ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details