କଟକ: ଏସସିବି ସମ୍ପ୍ରସାରଣ ପାଇଁ ତାଳଦଣ୍ଡା କେନାଲ କୂଳରେ ଥିବା ବସ୍ତି ଗୁଡିକ ଉଚ୍ଛେଦ କରାଯିବ।ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବାବେଳେ ବସ୍ତି ଖାଲିକରିବା ପାଇଁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଯାହାକୁ ବିରୋଧ କରି ଆଜି ଶତାଧିକ ବସ୍ତି ଛାତ୍ରଛାତ୍ରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।
ଥଇଥାନ ନ କରି ଉଚ୍ଛେଦକୁ ବିରୋଧ, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା - ctc district administration
ଏସସିବି ସମ୍ପ୍ରସାରଣ ପାଇଁ ତାଳଦଣ୍ଡା କେନାଲ କୂଳରେ ଥିବା ବସ୍ତି ଗୁଡିକ ଉଚ୍ଛେଦ ନିର୍ଦ୍ଦେଶ ପରେ ଛାତ୍ରଛାତ୍ରୀଙ୍କ ବିରୋଧ । ଅଧିକ ପଢନ୍ତୁ....
ଥଇଥାନ ନକରି ଉଚ୍ଛେଦକୁ ବିରୋଧ , ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା
ଆଗକୁ ମାଟ୍ରିକ ପରୀକ୍ଷା ଥିବାବେଳେ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବରେ ସ୍ଥଗିତ କରିବାକୁ ଦାବି କରିଥିଲେ। ବସ୍ତି ଉଚ୍ଛେଦ ହେଲେ ପାଠପଢିବାର ସମସ୍ୟା ସୃଷ୍ଟି ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ତେଣୁ ପରୀକ୍ଷା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ତେବେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ନିରାଶ ହୋଇଥିଲେ ଛାତ୍ରଛାତ୍ରୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ