ଓଡିଶା

odisha

ETV Bharat / state

ଆଡମିଟ୍ କାର୍ଡ ହଜିଯିବାରୁ ପରୀକ୍ଷାରୁ ବଞ୍ଚିତ ଛାତ୍ର - ଓଡିଆ ସମିଟିଭ୍ ପରୀକ୍ଷାରୁ ବଞ୍ଚିତ ମାଟ୍ରିକ ପରୀକ୍ଷାର୍ଥୀ

ଆଡମିଟକାର୍ଡ(admit card) ହଜାଇ ଦେବା କାରଣରୁ ଓଡିଆ ସମିଟିଭ୍ ପରୀକ୍ଷାରୁ(10th class summative examination) ବଞ୍ଚିତ ହେଲେ ଜଣେ ମାଟ୍ରିକ ପରୀକ୍ଷାର୍ଥୀ । ଆଉ ଥରେ ପରୀକ୍ଷା ପାଇଁ ଅନୁମତି ମିଳୁ ବୋଲି ଦାବି କରିଛନ୍ତି ପରିବାର । ଅଧିକ ପଢନ୍ତୁ

ଆଡମିଟ୍ କାର୍ଡ ହଜିଯିବାରୁ ପରୀକ୍ଷାରୁ ବଞ୍ଚିତ ଦୀପକ, ପୁଣି ପରୀକ୍ଷା ଦେବାକୁ ଦାବି
ଆଡମିଟ୍ କାର୍ଡ ହଜିଯିବାରୁ ପରୀକ୍ଷାରୁ ବଞ୍ଚିତ ଦୀପକ, ପୁଣି ପରୀକ୍ଷା ଦେବାକୁ ଦାବି

By

Published : Jan 9, 2022, 4:04 PM IST

କଟକ: ଆଡମିଟକାର୍ଡ(admit card) ହଜାଇ ଦେବା କାରଣରୁ ଓଡିଆ ସମିଟିଭ୍ ପରୀକ୍ଷାରୁ(10th class summative examination) ବଞ୍ଚିତ ହେଲେ ଜଣେ ମାଟ୍ରିକ ପରୀକ୍ଷାର୍ଥୀ । ଅଭିଭାବକ, ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅନୁରୋଧ ସତ୍ତ୍ବେ ପରୀକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷୟତ୍ରୀ ଅନୁମତି ଦେଇ ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଆଉ ଥରେ ପରୀକ୍ଷା ପାଇଁ ଅନୁମତି ମିଳୁ ବୋଲି ଦାବି କରିଛନ୍ତି ପରିବାର ।

ଆଡମିଟ୍ କାର୍ଡ ହଜିଯିବାରୁ ପରୀକ୍ଷାରୁ ବଞ୍ଚିତ ଦୀପକ, ପୁଣି ପରୀକ୍ଷା ଦେବାକୁ ଦାବି

ବାଦାମବାଡି ନ୍ୟୁ କଲୋନୀ ହାଇସ୍କୁଲର ଛାତ୍ର ହେଉଛନ୍ତି ଦୀପକ ମହାନ୍ତି । ମାଟ୍ରିକ ସମିଟିଭ ପରୀକ୍ଷା ଦେବାକୁ ରାଣୀହାଟ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ବାଟରେ ଆଡମିଟ କାର୍ଡ ହଜାଇ ଦେଇଥିଲେ ଦୀପକ। ଫଳରେ ପରୀକ୍ଷା କେନ୍ଦ୍ରରେ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯାଇନଥିଲା । ଅଭିଭାବକ ଓ ଉପସ୍ଥିତ ଲୋକଙ୍କ ଅନୁରୋଧ କରିବା ସତ୍ତ୍ବେ ପ୍ରଧାନ ଶିକ୍ଷୟତ୍ରୀ ଦୀପକକୁ ସୁଯୋଗ ଦେଇ ନ ଥିଲେ। ପରେ ବାପା ସ୍କୁଲରୁ ଏକ ଲେଖା ନେଇ ଗଲେ ସୁଦ୍ଧା ତାକୁ ଗ୍ରହଣ କରାଯାଇ ନଥିଲା ।

ଏପରିକି ସାହିତ୍ୟ ପରୀକ୍ଷା ପୂର୍ବରୁ ଦୀପକକୁ ସ୍କୁଲ ଗେଟ ବାହାରକୁ ବାହାର କରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ବାକି ସବୁ ପରୀକ୍ଷା ଦୀପକ ଦେଇଥିଲେ ସୁଦ୍ଧା ପ୍ରଥମ ଓଡିଆ ପରୀକ୍ଷା ନ ଦେବା ଘଟଣା ତାକୁ ଓ ପରିବାରକୁ ଚିନ୍ତାରେ ପକାଇଛି । ଏନେଇ ବୋର୍ଡ ଆଉ ଏକ ସୁଯୋଗ ଦୀପକକୁ ଦେଉ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details