କଟକ:ଯୋବ୍ରା ଆନିକଟରେ ବୁଡି ଛାତ୍ର ମୃତ । ନୌକାଚାଳନା ଓ ସନ୍ତରଣ ଅଭ୍ୟାସ ବେଳେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ ଯୁବକ । ଘଣ୍ଟାଏରୁ ଅଧିକ ସମୟ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣକ ଜଗତପୁର ଥାନାରେ ପୂର୍ବଗଛ ଅଞ୍ଚଳର ସୋହେଲ ଖାନ ।
ସୂଚନାଅନୁସାରେ, ଆଜି(ରବିବାର) ଏକ ଘରୋଇ ସଂସ୍ଥାର 50ରୁ ଅଧିକ ଛାତ୍ର ସୁଇମିଂ ପ୍ରଶିକ୍ଷଣ ପାଇଁ ମହାନଦୀକୁ ଆସିଥିଲେ । ସେଠାରେ ସନ୍ତରଣ ଶିଖୁଥିବା ବେଳେ ସୋହେଲ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ଖବରପାଇ ଜଗତପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର, ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା