କଟକ: ଘରୋଇ ଆରପି କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଛାତ୍ରଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଲେ ପରିବାରଲୋକେ । ମୃତ ଛାତ୍ର ଜଣକ ଢେଙ୍କାନାଳ ବାଲିମୀ ଗୋରିଲୋର ସୂର୍ଯ୍ୟକାନ୍ତ ସାମଲ ।
ଘରୋଇ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ - ସନ୍ଦେହ ଘରରେ ଛାତ୍ରଙ୍କ ମୃତ୍ୟୁ
ଘରୋଇ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ମାଣିଆବନ୍ଧ ଫାଣ୍ଡି ଅନ୍ତର୍ଗତ ଅଭିମାନପୁର ଠାରେ ଥିବା ଘରୋଇ କଲେଜରେ ପାଠ ପଢୁଥିଲେ ସୂର୍ଯ୍ୟକାନ୍ତ । ତେବେ ମୃତ୍ୟୁକୁ ପରିବାର ଲୋକେ ହତ୍ୟା ସନ୍ଦେହ କରୁଥିବାବେଳେ ମାଣିଆବନ୍ଧ ଫାଣ୍ଡିରେ ଏତଲା ଦାୟର କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ