ଓଡିଶା

odisha

ETV Bharat / state

CAA ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ - CAA PROTEST

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲା ଛାତ୍ର କଂଗ୍ରେସ । କଟକରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

CAA PROTEST
CAAକୁ ବିରୋଧ କଲା ଛାତ୍ର କଂଗ୍ରେସ

By

Published : Dec 20, 2019, 9:04 PM IST

କଟକ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଜଳୁଛି ଅଧା ଭାରତ । ଦେଶର ଅଧିକାଂଶ ସ୍ଥାନରେ ଏହି ଆଇନ ବିରୋଧରେ ବିକ୍ଷୋଭ, ପ୍ରତିବାଦ ଜାରି ରହିଛି । ଏପଟେ ଓଡିଶାରେ ମଧ୍ୟ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ରେଭେନ୍ସା ବିଶ୍ବବିଦ୍ୟାଳୟ ସାମ୍ନାରେ ଶତାଧିକ ଛାତ୍ରଛାତ୍ରୀ ନାଗରିକତା ଆଇନ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

CAAକୁ ବିରୋଧ କଲା ଛାତ୍ର କଂଗ୍ରେସ

କେନ୍ଦ୍ର ସରକାର ନିଜ ଇଚ୍ଛା ଅନୁସାରେ ଏପରି କାର୍ଯ୍ୟ କରିଛନ୍ତି । ଯାହା ଅଗଣତାନ୍ତ୍ରିକ । ରାତାରାତି ଏପରି ନିଷ୍ପତ୍ତି ନେଇ ସାରା ଦେଶରେ କେନ୍ଦ୍ର ସରକାର ନିଆଁ ଲଗାଇଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ତେବେ ଏହି ସଂଶୋଧିତ ଆଇନ ପ୍ରସଙ୍ଗରେ ରାଷ୍ଟ୍ରପତି ପୁଣି ହସ୍ତକ୍ଷେପ କରନ୍ତୁ । ଯାହାଦ୍ବାରା ଦେଶରେ ଶାନ୍ତି ଫେରିବ କହିଛି ଛାତ୍ର କଂଗ୍ରେସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details