ଓଡିଶା

odisha

By

Published : May 7, 2022, 5:21 PM IST

ETV Bharat / state

ଜଗତସିଂହପୁର ହାଜତ ମୃତ୍ୟ ମାମଲାରେ DG ଅଫିସ୍‌ ଘେରିଲା ଛାତ୍ର କଂଗ୍ରେସ

ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ମାମଲାରେ ଗର୍ଜିଲା ଛାତ୍ର କଂଗ୍ରେସ । ଏହି ଘଟଣାରେ ଜିଲ୍ଲା SP ଏବଂ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରିଛି ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

ଜଗତସିଂହପୁର ହାଜତ ମୃତ୍ୟ ମାମଲାରେ ଡିଜିଙ୍କୁ ଫେରାଦ ହେଲା କଂଗ୍ରେସ
ଜଗତସିଂହପୁର ହାଜତ ମୃତ୍ୟ ମାମଲାରେ ଡିଜିଙ୍କୁ ଫେରାଦ ହେଲା କଂଗ୍ରେସ

କଟକ: ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ମାମଲାରେ ଗର୍ଜିଲା ଛାତ୍ର କଂଗ୍ରେସ । ଏହି ଘଟଣାରେ ଜିଲ୍ଲାର ଏସପି ଏବଂ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରିଛି ଛାତ୍ର କଂଗ୍ରେସ । ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂଙ୍କ ନାଁରେ ପୂର୍ବରୁ ତିନୋଟି ହାଜତ ମୃତ୍ୟୁ ମାମଲା ରହିଥିବା ସତ୍ତ୍ଵେ ତାଙ୍କ ବିରୋଧରେ କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ନାହିଁ ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ।

ଜଗତସିଂହପୁର ହାଜତ ମୃତ୍ୟ ମାମଲାରେ DG ଅଫିସ୍‌ ଘେରିଲା ଛାତ୍ର କଂଗ୍ରେସ

କଟକ ସ୍ଥିତ ଓଡ଼ିଶା ପୋଲିସ ମୁଖ୍ୟାଳୟ ଘେରାଉ କରିଥିଲା ଛାତ୍ର କଂଗ୍ରେସ । ଏହାସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାପାଇଁ ମଧ୍ୟ କଂଗ୍ରେସ ଦାବି କରିଛି । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏକ ଟିମ୍ ଡିଜିପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details