ଓଡିଶା

odisha

ETV Bharat / state

ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ, ଜଣେ ମୃତ

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

By

Published : Mar 27, 2021, 10:47 PM IST

Updated : Mar 27, 2021, 11:01 PM IST

ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ: ଜଣେ ମୃତ
ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ: ଜଣେ ମୃତ

ଜଗତସିଂହପୁର/କଟକ/ଭଞ୍ଜନଗର:ଆଜି(ଶନିବାର) ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ ହୋଇଛି । ଏହାର ପ୍ରଭାବରେ ଜଗତସିଂହପୁର ସହରରେ ଜନ ଜୀବନ ପ୍ରଭାବିତ ହୋଇଛି । ଅପରାହ୍ନ ୪ଟା ସମୟରେ ସହର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ପବନ ସାଙ୍ଗକୁ ଧୂଳିଝଡ଼ ଯୋଗୁଁ ଲୋକେ ପଦାକୁ ବାହାରି ପାରିନଥିଲେ ।

ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ, ଜଣେ ମୃତ

ହଠାତ୍ ପ୍ରବଳ ବେଗରେ ପବନ ବହିବା ସହ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛଗୁଡିକ ଭାଙ୍ଗି ପଡିଥିଲା । ଏଥିସହ ବହୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ସହର ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ପ୍ରବଳ ବେଗରେ ଧୂଳିଝଡ଼ ଯୋଗୁଁ ଉଠା ଦୋକାନ, ମଲ ଆଦି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ତେବେ ସହରରେ ସମ୍ପୂର୍ଣ୍ଣ ଭାବେ ଇଣ୍ଟରନେଟ ସେବା ମଧ୍ୟ ବାଧା ପ୍ରାପ୍ତ ହୋଇଛି ।

ସେହିପରି ସିଲଭରସିଟିରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । କଟକ ଜଗତପୁର ଆଇବି ରୋଡ଼ରେ ଥିବା ବିଜୁ କଲୋନୀ ବସ୍ତିରେ ୧୫ ରୁ ଊର୍ଦ୍ଧ୍ବ ଘରର ଛାତ ଉଡ଼ିଯାଇଛି । ଏସସିବି ମେଡିକାଲ ଠାରେ ବସ୍ତି ଉଚ୍ଛେଦ ପରେ ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯାଇଥିଲା । ପ୍ରବଳ ବର୍ଷା ପବନ ଯୋଗୁଁ କିଛି ବିଦ୍ୟୁତ ଖୁଣ୍ଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବର୍ଷାରେ ଘର ଗୁଡ଼ିକର ସମସ୍ତ ଜିନିଷ ନଷ୍ଟ ହୋଇଯାଇଛି । ବସ୍ତି ବାସିନ୍ଦାମାନେ ପିଲାଛୁଆ ଧରି ଖୋଲା ଆକାଶ ତଳେ ପଡ଼ି ରହିଥିବା ଦେଖିବାକୁ ମିଳିଛି ।

ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ, ଜଣେ ମୃତ

ଅନ୍ୟପଟେ ଭଞ୍ଜନଗରରେ ମଧ୍ୟ କାଳବୈଶାଖୀ କାରଣରୁ ଜଣଙ୍କ ପ୍ରାଣହାନୀ ଘଟିଛି । ସୂଚନା ଅନୁଯାୟୀ ସୋରଡ଼ା ବ୍ଲକ ଗୌଡ଼ଗୋଠ ପଞ୍ଚାୟତ ବାଲିପଦର ଗ୍ରାମ ନିକଟରେ ବର୍ଷା ପବନ ହେବାରୁ ଟ୍ରାକ୍ଟରରେ କାମସାରି ଫେରୁଥିବା ଶ୍ରମିକମାନେ ଏକ ଗଛ ମୂଳେ ଆଶ୍ରୟ ନେଇଥିଲେ । ଜୋରରେ ପବନ ହେବାରୁ ଗଛଟି ଭାଙ୍ଗିଯାଇ ଶ୍ରମିକଙ୍କ ଉପରେ ପଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ଅନ୍ୟମାନେ ସାମାନ୍ୟ ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ନବଘନ ପାତ୍ର । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅନ୍ୟମାନଙ୍କୁ ଉଦ୍ଧାର କରି ଗୌଡ଼ଗୋଠ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ, ଜଣେ ମୃତ

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର/ କଟକରୁ ପ୍ରଭୁକଲ୍ୟାଣ ପାଲ/ ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : Mar 27, 2021, 11:01 PM IST

ABOUT THE AUTHOR

...view details