ଓଡିଶା

odisha

ETV Bharat / state

କଟକରେ କୁକୁର ଆତଙ୍କ, ଭୟରେ ଘରୁ ବାହାରୁନାହାନ୍ତି ଲୋକେ - କଟକରେ କୁକୁର ଆତଙ୍କ

କଟକ ସିଡିଏ ଅଞ୍ଚଳରେ କୁକୁର ଆତଙ୍କ । ଅଞ୍ଚଳରେ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଲୋକଙ୍କ ଆତଙ୍କ ସୃଷ୍ଟି ହୋଇଛି ।

terror of stray dog in Cuttack
କଟକରେ କୁକୁର ଆତଙ୍କ

By

Published : May 28, 2023, 10:00 AM IST

କଟକରେ କୁକୁର ଆତଙ୍କ

କଟକ: ସିଡିଏ ଅଞ୍ଚଳରେ କୁକୁର ଆତଙ୍କ । ପଞ୍ଝା ପଞ୍ଝା କୁକୁରଙ୍କ ମେଳି ଯୋଗୁଁ ସ୍ଥାନୀୟ ଲୋକେ ଘରୁ ବାହାରିବାକୁ ଡରିଲେଣି । ଛୋଟ ଛୋଟ ପିଲାମାନେ ଘର ବାହାରେ ଖେଳିବାକୁ ଡରିଲେଣି । ରାସ୍ତାରେ ଚାଲିକି ଯିବା ମଧ୍ୟ ଏକ ପ୍ରକାର କଷ୍ଟ ହୋଇପଡୁଛି । ଗାଡିରେ ଗଲାବେଳେ ମଧ୍ୟ ପଛରେ ଗୋଡ଼ାଉଛନ୍ତି କୁକୁର । ଯାହାକୁ ନେଇ ସିଡିଏବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ବ୍ରହ୍ମପୁରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ: କୁକୁର ଭୟରେ କାରରେ ପିଟିହେଲା ସ୍କୁଟି, ଭିଡିଓ ଭାଇରାଲ

କଟକ ସହରରେ କୁକୁରଙ୍କ ରାଜ । କଟକ ସିଡିଏର କିଛି ଅଞ୍ଚଳରେ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରି ସାରିଲେଣି ବୁଲା କୁକୁର । ପରିସ୍ଥିତି ଏମିତି ହେଲାଣି ଯେ, ସେକ୍ଟର ୮ ଓ ୯ରେ ଘରୁ ବାହାରିବାକୁ ଲୋକେ ଡରୁଛନ୍ତି । ଅଫିସ ହେଉ କି ଘର କାମ, ଘରୁ ବାହାରିଲେ ରାସ୍ତା ମାଳମାଳ ହୋଇ ବୁଲୁଛନ୍ତି ବୁଲା କୁକୁର । ଆଉ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି । ସିଏମସିକୁ ବାରମ୍ବାର ନିବେଦନ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତିି । ଦିନକୁ ଦିନ କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ଏହି ଦିଗରେ ଶୀଘ୍ର ଦୃଷ୍ଟି ଦେବାକୁ କଟକ ମହାନଗର ନିଗମଙ୍କୁ ସିଡିଏ ବାସିନ୍ଦା ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Stray Dog Attack: ଘାତକ ସାଜିଛନ୍ତି ବୁଲା କୁକୁର, ଟ୍ୟୁସନ ଯାଉଥିବା ଛାତ୍ରୀଙ୍କ ଛିଣ୍ଡାଇଲା ମୁହଁ

ଗତ କିଛି ଦିନ ହେବ ସେକ୍ଟର ୮ ଓ ୯ରେ କୁକୁରଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସଠିକ ସମୟରେ ବନ୍ଧ୍ୟାକରଣ ହେଉନଥିବାରୁ କୁକୁର ବଂଶ ବଢିବାରେ ଲାଗିଛି । କୁକୁର ବଂଶ ବୃଦ୍ଧି ଏବେ ଜନସାଧାରଣଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି । ସେପଟେ ମେୟର କହିଛନ୍ତି,"କୁକୁର ବଂଶ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦୃଷ୍ଟିରୁ କୁକୁରଙ୍କୁ ସେଠାରୁ ଅନ୍ୟତ୍ର ନିଆଯାଇ ପାରିବ ନାହିଁ । ତେଣୁ ଏହି ଦିଗରେ ଶୀଘ୍ର ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବା ସହ ସିଡିଏ ବାସୀଙ୍କ ସମସ୍ୟା ଦୂର କରାଯିବ ।" କୁକୁର ବଂଶ ବୃଦ୍ଧି ଉପରେ ନିୟନ୍ତ୍ରଣ ନ ରହିଲେ, ଆଗକୁ ଜନଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details